ଅନୁଗୋଳ: ନାଲକୋ ସ୍ମେଲଟର ପ୍ଲାଣ୍ଟର ଅଗ୍ରଣୀ ଶ୍ରମିକ ସଂଗଠନ ‘ନେସ୍’ର ୨୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ନିର୍ମଳ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଲକୋ (ଏସ ଆଣ୍ଡ ପି) ନିର୍ବାହୀ ନିର୍ଦ୍ଦେଶକ ପ୍ରଣବ କୁମାର ଦାସ ଯୋଗଦେଇ ନୂତନ ଅତିଥି ଗୃହକୁ ଉଦଘାଟନ କରିଥିଲେ।
ମୁଖ୍ୟ ବକ୍ତା ଭାବେ ସିଜିଏମ ହିମାଂଶୁ ଶେଖର ପ୍ରଧାନ ଯୋଗଦେଇ ନାଲକୋର ଅଗ୍ରଗତିରେ ଶ୍ରମିକଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ଏଥିରେ ବହୁ ବରିଷ୍ଠ ଅଧିକାରୀ, ବିଭିନ୍ନ ୟୁନିୟନର କର୍ମକର୍ତ୍ତା ଓ ଶ୍ରମିକମାନେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ନେପାଳରେ ଦୁର୍ବିପାକରେ ନିଧନ ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଯୁଗ୍ମ ସାଧାରଣ ସମ୍ପାଦକ ମନୋଜ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।