ଅନ୍ୟାନ୍ୟ

ନାଲକୋର ବୃହତ ଶ୍ରମିକ ସଂଗଠନ ‘ନେସ୍’ର ୨୪ ତମ ପ୍ରତିଷ୍ଠା ଦିବସ: ସମୂହ ସ୍ବାର୍ଥକୁ ଗୁରୁତ୍ଵ ଦେବାକୁ ପରାମର୍ଶ

By Angul TV Bureau

August 30, 2024

ଅନୁଗୁଳ: ନବରତ୍ନ କାରଖାନା ନାଲକୋର ବୃହତ ଶ୍ରମିକ ସଂଗଠନ ନେସ୍ ୨୪ ବର୍ଷରେ ପାଦ ଦେଇଛି। ନେସ୍ ସଭାପତି ନିର୍ମଳ କୁମାର୍ ସାମଲଙ୍କ ସଭାପତିତ୍ବରେ ଗୁରୁବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ନିର୍ବାହୀ ନିର୍ଦ୍ଦେଶକ ଏନ.ଏସ୍ ସୁବ୍ରମଣ୍ୟମ୍ ନରେଲା ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବରେ ନାଲକୋ ଗ୍ରୁପ୍ ଜେନେରାଲ ମ୍ୟାନେଜର ଅମରେନ୍ଦ୍ର କୁମାର ମିଶ୍ର, ସମ୍ମାନିତ ଅତିଥି ଭାବରେ ସ୍ମେଲଟର ଗ୍ରୁପ୍ ଜେନେରାଲ ମ୍ୟାନେଜର ସଚ୍ଚିଦାନନ୍ଦ ଜେନା, ଗ୍ରୁପ୍ ମ୍ୟାନେଜର ଶୁଭେନ୍ଦୁ କୁମାର ନାୟକ, ଆଇ.ଏନ.ଟି.ୟୁ.ସି ର ଉପ ସଭାପତି ମଦନ ମୋହନ ଧଳ, ପ୍ରଦୀପ କୁମାର ଦାସ, ନାଲକୋ ଶ୍ରମିକ କଂଗ୍ରେସ୍ ୟୁନିୟନର ସାଧାରଣ ସମ୍ପାଦକ ବିଭବ କୁମାର ଜେନା, ନେସର ସାଧାରଣ ସମ୍ପାଦକ ରଂଜିତ କୁମାର ସାହୁଙ୍କ ସମେତ ବିଭିନ୍ନ ଶ୍ରମିକ ସଂଗଠନର ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ।

ବିଭିନ୍ନ ଶ୍ରମିକ ସଂଗଠନରେ ତଳ ସ୍ତରରୁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ କାର୍ଯ୍ୟ କଲେ ଶ୍ରମିକ ସଂଗଠନ ଗୁଡିକ ବୃଦ୍ଧି ପାଇବା ସହ ଆଗାମୀ ଦିନରେ ସଂଗଠନ ଗୁଡିକ ଦୃଢ଼ ହୋଇପାରିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମନୋଜ କୁମାର ସ୍ୱାଇଁ, ପ୍ରକାଶ ବେହେରା, ଅଶ୍ୱିନୀ ସାହୁ, ସୁଧାଂଶୁ ମିଶ୍ର, ହେମନ୍ତ ମହାରଣା, ଏସ.କେ ୟୁସୁଫ, ପ୍ରଦୀପ ନାଏକଙ୍କ ସହିତ ସଂଗଠନର ବହୁ ସଦସ୍ୟ ଉପସ୍ଥିତ ଥିଲେ।