ଅନ୍ୟାନ୍ୟ

ସୌମ୍ୟ ରଂଜନ ହେଲେ ବିଜେପି ନଗର ଯୁବମୋର୍ଚ୍ଚା ସଭାପତି

By Biswaranjan Pattnaik

February 14, 2024

ଅନୁଗୁଳ:ଅନୁଗୁଳ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସିଦ୍ଧାର୍ଥ ରାଉତରାୟ ତାଙ୍କ ଯୁବ ଟିମରେ ଅଦଳବଦଳ କରିଛନ୍ତି। ନୂଆ ଟିମରେ ବିଜେପିର ଲୋକପ୍ରିୟ ଯୁବ ନେତା ସୌମ୍ୟ ରଂଜନ ସାହୁଙ୍କୁ ନଗର ଯୁବ ମୋର୍ଚ୍ଚା ସଭାପତି ରୂପେ ମନୋନୀତ କରିଛନ୍ତି। ଶ୍ରୀ ସାହୁ ଏଥି ପୂର୍ବରୁ ବିଜେୱାଇଏମ ମୁଖପାତ୍ର ଭାବେ କାର୍ଯ୍ୟଭାର ତୁଲାଇ ଆସୁଥିଲେ।ସୌମ୍ୟରଞ୍ଜନ ଜଣେ ସ୍ବେଛାସେବୀ ଭାବେ ଅନୁଗୁଳ ସହରରେ ବେଶ୍ ସୁପରିଚିତ ବନ୍ୟା,ବାତ୍ୟା,ଘରପୋଡି କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୁସ୍ଥ ଲୋକଙ୍କ ପାଖରେ ପହଞ୍ଚି ସହାୟତା କରିଥାନ୍ତି।ସୌମ୍ୟରଞ୍ଜନ ଯୁବ ମୋର୍ଚ୍ଚା ସଭାପତି ରୂପେ ଦଳ ପାଇଁ ଅନେକ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି ।