ଅନ୍ୟାନ୍ୟ

ଡେରଜଙ୍ଗ କେନାଲ ଉପରେ ନିର୍ମିତ ନୂତନ ହାଇ ଲେବୁଲ ସେତୁ ଉଦଘାଟିତ, ଆଉ ରହିବନି ଟ୍ରାଫିକ ସମସ୍ୟା

By Angul TV Bureau

October 09, 2022

ଅନୁଗୁଳ: ଅନୁଗୁଳ ସହରରେ ଟ୍ରାଫିକ ସମସ୍ୟାକୁ ସଠିକ ପରିଚାଳନା ତଥା ନିୟନ୍ତ୍ରଣ ଲାଗି ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ପ୍ରଚେଷ୍ଟାରେ ଡେରଜଙ୍ଗ କେନାଲ ଉପରେ ତାମ୍ରିତ କଲୋନୀ ଠାରୁ ଇଡ୍କୋ ଛକ ପର୍ଯ୍ୟନ୍ତ ଏକ ନୂତନ ହାଇ ଲେବୁଲ ସେତୁ ନିର୍ମାଣ ହୋଇଛି। ଏହି ରାସ୍ତା ଦେଇ ରାଜ ହୋଟେଲ ପିଟିସି ଛକ ଠାରୁ କଲେଜ ଛକ- ମହୀଧରପୁର- ଭୁବନେଶ୍ୱରର ସମସ୍ତ ଯାନବାହନ ଡାଇଭର୍ଟ ହେବ।

ଶନିବାର ଏହାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡ଼ି ସଭାପତି ମହେନ୍ଦ୍ର ବସ୍ତିଆ, ନଗରପାଳ ଅକ୍ଷୟ କୁମାର ସାମନ୍ତ, କାଉନସିଲର ସୁକାନ୍ତି ଦାସ, କାଉନସିଲର ସଦା ପଣ୍ଡା, କାଉନସିଲର ସୁଶୀଲ ମୁଖୀ, ପୂର୍ତ୍ତ ବିଭାଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ ନାଥ, ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ସରୋଜ ନାଏକ, ରାକେଶ ନନ୍ଦ, ଅରୁଣାଭ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।