ମୁଖ୍ୟ ଖବର

ନୂଆ ଚାରମଲିକ ବ୍ଲକ୍‌ ଗଠନ ଦାବିରେ ସାମିଲ ହେଲେ ୩ ପଞ୍ଚାୟତ, ୩୦ ବର୍ଷର ଦାବି ଦୋହରାଇବେ ଚାରମଲ୍ଲିକ ଅଞ୍ଚଳବାସୀ

By Angul TV Bureau

February 09, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଞ୍ଚଳର ୮ ଟି ପଞ୍ଚାୟତ ଓ ଚାରମଲିକ ଅଞ୍ଚଳର ୫ ଟି ପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ “ଚାରମଲିକ” ଗଠନ ନିମନ୍ତେ ଦାବି ଜୋର ଧରିଛି। ଏନେଇ ଆଜି ଜଗନ୍ନାଥପୁର, ପୁରୁଣାକୋଟ ଓ ଟିକରପଡା ଆଦି ତିନୋଟି ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ଅନୁଗୁଳର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନବ ବିଷୋୟୀ କହିଥିଲେ, ସାତକୋଶିଆ ଅଞ୍ଚଳକୁ ନେଇ ଏକ ନୂତନ ବ୍ଲକ ଗଠନ ଅତ୍ୟନ୍ତ ଜରୁରୀ। ଏହା ଦ୍ୱାରା ସାତକୋଶିଆ ଅଭୟାରଣ୍ୟରୁ ବନ ବିଭାଗ ଦ୍ବାରା ବିସ୍ଥାପିତ ହେଉଥିବା ଗ୍ରାମବାସୀ ମାନେ ନ୍ୟାୟ ପାଇପାରିବେ, ବନ ବିଭାଗ ଶାଗ ମାଛ ଦରରେ ନେଉଥିବା ତାଙ୍କ ଜମିର ବି ଉଚିତ ମୂଲ୍ୟ ପାଇପାରିବେ।

ବୈଠକରେ ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ସାହୁ, ପୂର୍ବତନ ବିଜେପି ସାତକୋଶିଆ ମଣ୍ଡଳ ସଭାପତି ଅନନ୍ତ ବଲ୍ଲଭ ମହାନ୍ତି, ପ୍ରଦୀପ ପ୍ରଧାନ (ଓକିଲ), ଜଗନ୍ନାଥପୁର ସରପଞ୍ଚ ବନିତା ମହାଳିକ, ପୁରୁଣାକୋଟ ସରପଞ୍ଚ ରଶ୍ମିତା ବିଶୋଇ, ଟିକରପଡ଼ା ସରପଞ୍ଚ ଜିଲୁ ସାହୁ ଓ ସମିତି ସଭ୍ୟଙ୍କ ସହ ସହସ୍ରାଧିକ ନାଗରିକ ଉପସ୍ଥିତ ଥିଲେ।