ମୁଖ୍ୟ ଖବର

ଅନୁଗୁଳ ନଗର କଂଗ୍ରେସର ନୂତନ କମିଟି ଗଠିତ: ଜିଲ୍ଲା ସଭାପତିଙ୍କ ଅନୁମୋଦନ କ୍ରମେ ରଶ୍ମିରଞ୍ଜନ ସାହୁ ଘୋଷଣା କଲେ ନୂଆ ଟିମ୍

By Angul TV Bureau

May 19, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁନୀଲ ପ୍ରଧାନଙ୍କ ଅନୁମୋଦନ କ୍ରମେ ନଗର କଂଗ୍ରେସ ସଭାପତି ରଶ୍ମିରଞ୍ଜନ ସାହୁ ନୂତନ ନଗର କମିଟି ଘୋଷଣା କରିଛନ୍ତି। ଉପସଭାପତି ଭାବେ ଶୁଶିଲ ମିଶ୍ର, ଜଳନ୍ଧର ଗଡନାୟକ, କମୁରଉଦିନ ଖାନ, ପ୍ରଦ୍ୟୁତ ଘୋଷ, ସୁଜିତ ସାହୁ, ସାଧାରଣ ସମ୍ପାଦକ ଅଭିଷେକ ପ୍ରଧାନ, କୋଷାଧ୍ୟକ୍ଷ ରାକେଶ ସାହୁ, ସମ୍ପାଦକ ପ୍ରତାପ କୁମାର ସେଠୀ, ଦେବାଶିଷ ଧର, ରମେଶ ସାହୁ, ଅଭିମନ୍ୟୁ ବେହେରା, ସୋମନାଥ ରଞ୍ଜନ ମହାନ୍ତି, ଅସିସ୍ ବେହେରା, ସଞ୍ଜିବ କୁମାର ଗୌଡ, ରାହୁଲ ମୁଖୀ ପ୍ରମୁଖ ମନୋନୀତ ହୋଇଛନ୍ତି।ନୂତନ କମିଟି ଅନୁଗୁଳ ସହରରେ ସଙ୍ଗଠନକୁ ସୁଦୃଢ କରିବା ସହ ଆଗାମୀ ଦିନରେ ଜନସମସ୍ୟା ନେଇ ଲଢେଇ କରିବ ବୋଲି ନଗର ସଭାପତି ରଶ୍ମିରଞ୍ଜନ ସାହୁ କହିଛନ୍ତି।