ମୁଖ୍ୟ ଖବର

ଓଡ଼ିଶାରେ ଲାଗୁହେବ ନୂଆ ଅବକାରୀ ନୀତି: ଅବକାରୀ ମନ୍ତ୍ରୀ

By Swagatika Samantray

May 23, 2025

ଭୁବନେଶ୍ବର: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବାକୁ ଯାଉଛି ନୂଆ ଅବକାରୀ ନୀତି। ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଜୁନ୍‌ ୧୫ରୁ ଜୁନ୍‌ ୨୦ ଭିତରେ ଏହି ନୂତନ ନୀତି ଆସିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।

ସେ କହିଛନ୍ତି ଯେ, ରାଜ୍ୟରେ ଖୁବ୍‌ଶୀଘ୍ର ନୂତନ ଅବକାରୀ ନୀତି ଲାଗୁ ହେବ। ରାଜ୍ୟ ସରକାର ୩ ବର୍ଷିଆ ନୀତି ଆଣିବାକୁ ଯାଉଛନ୍ତି ।ଅଲଗା ରାଜ୍ୟର ପଲିସି ଷ୍ଟଡି କରିବାକୁ ରାଜ୍ୟରୁ ଟିମ୍ ଯାଉଛନ୍ତି। ଜୁନ୍‌ ୧୫ରୁ ଜୁନ୍‌ ୨୦ ଭିତରେ ନୂଆ ପଲିସି ଆଣିବୁ। ବିଭାଗୀୟ ସଚିବଙ୍କ ନେତୃତ୍ୱରେ ଏକ ଟିମ୍ ଆନ୍ଧ୍ର ପ୍ରଦେଶ ସହିତ ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି।