ମୁଖ୍ୟ ଖବର

ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅତ୍ୟାଧୁନିକ ଆମ୍ବୁଲାନ୍ସ

By Angul TV Bureau

May 26, 2021

ଅନୁଗୁଳ: ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ନିଜ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅନୁଗୁଳ ଜିଲ୍ଲା ପାଇଁ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଅନୁମୋଦନ କରିଛନ୍ତି। ଏହି ଆମ୍ବୁଲାନ୍ସରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ ଯେପରିକି ଏଥିରେ ଗୁରୁତର ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇ ପାରିବ । ସମ୍ପ୍ରତି କରୋନା ସଂକ୍ରମିତ ବହୁ ରୋଗୀ ସଙ୍କଟାପନ୍ନ ଅବସ୍ଥାରେ କଟକ ଅବା ଭୁବନେଶ୍ବରକୁ ସ୍ଥାନାନ୍ତର ହେଉଛନ୍ତି । ତେବେ ଯଥେଷ୍ଟ ସଂଖ୍ୟାରେ ଆମ୍ବୁଲାନ୍ସ ସୁବିଧା ନଥିବାରୁ ସ୍ଥାନାନ୍ତର ବିଳମ୍ବ ହେଉଛି । ଘରୋଇ ଆମ୍ବୁଲାନ୍ସ ଉପରେ ଭରସା କରି ରୋଗୀ ଖର୍ଚ୍ଚାନ୍ତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଧାୟକ ଶ୍ରୀ ସିଂହ ୪୦ ଲକ୍ଷ ଟଙ୍କା ବିଧାୟକ ପାଣ୍ଠିରୁ ଅନୁମୋଦନ କରିବା ସହ ଏହି ମର୍ମରେ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ଆମ୍ବୁଲାନ୍ସ ଆସିଲେ ଅନୁଗୁଳର ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଶ୍ରୀ ସିଂହ ଆସ୍ଥା ପ୍ରକଟ କରିଛନ୍ତି।