ଅନ୍ୟାନ୍ୟ

ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚର ନୂତନ ସଭାଗୃହ ଉଦଘାଟିତ, ବିଧାୟକଙ୍କ ପାଣ୍ଠି ଅନୁଦାନରେ ହୋଇଛି ତିଆରି

By Angul TV Bureau

July 16, 2024

ଅନୁଗୁଳ: ସ୍ଥାନୀୟ ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚର ନୂତନ ସଭାଗୃହ ସୋମବାର ଉଦଘାଟିତ ହୋଇଛି। ମଞ୍ଚର ସଭାପତି ପୂର୍ବତନ ଅବସରପ୍ରାପ୍ତ ପ୍ରଶାସକ ରାଜକିଶୋର ଦାସ ଏହି ନୂତନ ସଭାଗୃହ ଉଦଘାଟନ କରିଥିଲେ । ସ୍ଥାନୀୟ ପୂର୍ବତନ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ବିଧାୟକ ପାଣ୍ଠି ଅନୁଦାନରେ ଏହି ସଭାଗୃହ ନିର୍ମାଣ ହୋଇଛି। ଉଦଘାଟନୀ ଉତ୍ସବରେ ଗ୍ରାମେଶ୍ୱରୀ ବଗାଧରଙ୍କ ବିଜେ ପ୍ରତିମା “ଆଲମ” କୁ ଅଣାଯାଇ ପୂଜାର୍ଚ୍ଚନା କରି ସଭାଗୃହକୁ ପବିତ୍ର କରାଯାଇଥିଲା।

କାର୍ଯ୍ୟକ୍ରମରେ ମଞ୍ଚର କର୍ମକର୍ତ୍ତା ସଭାପତି ରାଜ କିଶୋର ଦାସ, ସଂପାଦକ ବସନ୍ତ କୁମାର ଦାସ, ବରିଷ୍ଟ ସଦସ୍ଯ ଦାମୋଦର ଦାସ, ଧୃବଚରଣ ସାହୁ, ପୂର୍ଣ୍ଣଚନ୍ଦ୍ର ସିଂହ ସାମନ୍ତ, କୋଷାଧ୍ୟକ୍ଷ ତ୍ରେତାନନ୍ଦ ସାମନ୍ତ, ସଦସ୍ଯ ଦୁର୍ଗାଚରଣ ଦାସ, ହୃଷିକେଶ ସାହୁ, ଭଗବାନ ମହାପାତ୍ର, ପ୍ରମୋଦ ଚନ୍ଦ୍ର ଦାସ, ଗୋବିନ୍ଦ ଚନ୍ଦ୍ର ସାମନ୍ତ, ଦୁର୍ଗାଚରଣ ସାହୁ, କ୍ଷୀରୋଦ ଚନ୍ଦ୍ର ଦାସ, ବାବାଜୀ ସାସମଲ, ନିମେଇଁ ସାହୁ, ସତ୍ଯବାଦୀ ଦାସ, ଗୋକୁଳ ଚନ୍ଦ୍ର ସାମନ୍ତଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ।