ଅନ୍ୟାନ୍ୟ

ହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା

By Angul TV Bureau

August 25, 2022

ଅନୁଗୁଳ: ହେମସୁରପଡ଼ା ଦୁର୍ଗା ମଣ୍ଡପଠାରେ ଦୁର୍ଗାପୂଜା ପଞ୍ଚାୟତ କମିଟିର ଚଳିତ ବର୍ଷ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗତବର୍ଷର ଆୟବ୍ୟୟର ହିସାବ ସାଙ୍ଗକୁ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସତ୍ୟାନନ୍ଦ ଦଳବେହେରା କମିଟିର ସଭାପତି ମନୋନୀତ ହୋଇଛନ୍ତି। ସେହିପରି ଲୋକନାଥ ରାଉତ ଓ ଏସ୍.କେ. ଗାରିବୁଲା ଉପସଭାପତି ଚୟନ ହୋଇଥିବା ବେଳେ ବଳରାମ ଜେନା ସମ୍ପାଦକ, ପ୍ରସନ୍ନ ଦଳବେହେରା, ଅଶ୍ବିନୀ ଦଳବେହେରା ସହ ସମ୍ପାଦକ ଓ ପଦ୍ମଲୋଚନ ଦଳବେହେରାଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଉପଦେଷ୍ଟା ଭାବେ ବୃନ୍ଦାବନ ସ୍ୱାଇଁ, ଗୋପବନ୍ଧୁ ସ୍ୱାଇଁ, ରାଜକିଶୋର ଦଳବେହେରା, ରିଆଜୁଦ୍ଦିନ୍ ଅହେମ୍ମଦ, ମନୋରଞ୍ଜନ ଦାସ, ବ୍ରହ୍ମାନନ୍ଦ ସ୍ୱାଇଁ, ବିଶେଶ୍ୱର ସାହୁ, ଅମରେଶ ୱାଇଁ, ଅଶୋକ ଦଳବେହେରା, ଲାଲା ସୁମନ୍ତ ସିଂ ପ୍ରମୁଖ ମନୋନୀତ ହୋଇଛନ୍ତି। ଗତବର୍ଷ କରୋନା ପାଇଁ ପୂଜା ନିରାଡ଼ମ୍ବର ହୋଇଥିଲା। ଚଳିତ ବର୍ଷ ଦୁର୍ଗାପୂଜାକୁ ଆଡମ୍ବରପୂର୍ଣ୍ଣ କରିବାକୁ ନିଷ୍ପତ୍ତି ହୋଇଛି। ଦୁର୍ଗାପୂଜା ସମୟରେ ବୃକ୍ଷରୋପଣ,ରକ୍ତଦାନ ଶିବିର ଭଳି ସାମାଜିକ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରାଯାଇଛି।