ଅନ୍ୟାନ୍ୟ

ପଦ୍ମାଳୟା ଲକ୍ଷ୍ମୀ ପୂଜା କମିଟିର ନୂତନ କର୍ମକର୍ତ୍ତା

By Biswaranjan Pattnaik

August 22, 2022

ଅନୁଗୁଳ: ଶିକ୍ଷକପଡା ପଦ୍ମାଳୟା ଲକ୍ଷ୍ମୀ ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ରବିବାର କ୍ଲବ ଘରେ ଆୟୋଜିତ ଏହି ବୈଠକରେ ରାଜେନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଲକ୍ଷ୍ମୀ ପୂଜା ପାଳନ ନେଇ ଆଲୋଚନା ପରେ କର୍ମକର୍ତ୍ତା ଚୟନ କରାଯାଇଥିଲା। ବୈଠକରେ ସର୍ବସମ୍ମତିକ୍ରମେ ବିଶେଶ୍ୱର ପ୍ରଧାନଙ୍କୁ ସଭାପତି, ସମୀର କୁମାର ମିଶ୍ରଙ୍କୁ ସାଧାରଣ ସମ୍ପାଦକ, ହିମାଂଶୁ ଶେଖର ଦାସଙ୍କୁ କୋଷାଧ୍ୟକ୍ଷ ଓ ପରିଚାଳନା ସହାୟକ ରୂପେ ସୁବ୍ରତ କୁମାର ତ୍ରିପାଠୀ ଓ ଧୀରେନ ବିଶ୍ୱାଳଙ୍କୁ ମନୋନୀତ କରା ଯାଇଥିଲା। ଅନୀଲ କୁମାର ଦାସ ଓ ବିନୋଦ ବେହେରାଙ୍କୁ ଆଇନ ପରାମର୍ଶଦାତା ରୂପେ ମନୋନୟନ କରା ଯାଇଥିଲା।