ଅନ୍ୟାନ୍ୟ

ଛେଣ୍ଡିପଦା ବସ୍ ମାଲିକ ସଂଘର ନୂତନ କର୍ମକର୍ତ୍ତା ଚୟନ

By Angul TV Bureau

September 15, 2025

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଜଗନ୍ନାଥ ବସ୍ ମାଲିକ ସଂଘର ସାଧାରଣ ବୈଠକ ରବିବାର ପୂର୍ବାହ୍ନରେ ପାତ୍ରପଡାସ୍ଥିତ ମା ବାୟାଣୀପୀଠ ଠାରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ଆଇନ ପରାମର୍ଶଦାତା ଲମ୍ବୋଦର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।

ସଭାପତି ଭାବେ ଉମେଶ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ମନୋଜ କୁମାର ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଭାବେ ବୁଦ୍ଧଦେବ ପ୍ରଧାନ ଏବଂ ଷ୍ଟାଣ୍ଡ ଇନଚାର୍ଜ ଭାବେ ଅନିଲ କୁମାର ସାହୁ ସର୍ବସମ୍ମତିକ୍ରମେ ଚୟନିତ ହୋଇଛନ୍ତି। କନିଷ୍ଠ ଆଇନ ପରାମର୍ଶଦାତା ବସନ୍ତ କୁମାର ପ୍ରଧାନ ସଂଘର ଦୃଢୀକରଣ ନିମନ୍ତେ ମତାମତ ପ୍ରଦାନ କରିଥିଲେ। ବୈଠକରେ ସଭ୍ୟ ବେଣୁଧର ସାହୁ, ଅଜିତ ପ୍ରଧାନ, ବିଜୟ କୁମାର ବେହେରା, ତ୍ରିଲୋଚନ ସାହୁ, ମାଧବ ଚନ୍ଦ୍ର ସାହୁ, ବାବୁଲି ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।