ଅନ୍ୟାନ୍ୟ

ଜିଲ୍ଲା ପରିଷଦର ନୂଆ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଯୋଗଦାନ

By Swagatika Samantray

August 03, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦର ନୂଆ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା ବୁଧବାର କାର୍ଯ୍ୟରେ ଯୋଗ ଦାନ କରିଛନ୍ତି। ବିଦାୟୀ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କଠାରୁ କାର୍ଯ୍ୟଭାର ଗ୍ରହଣକରିଛନ୍ତି।

ଏହା ପୂର୍ବରୁ ଶ୍ରୀ ବେହେରା ଆଠମଲ୍ଲିକ ଉପଜିଲ୍ଲାପାଳ ଓ ସମ୍ବଲପୁର ଆଞ୍ଚଳିକପରିବହନ ଅଧିକାରୀ ଭାବେ ସଫଳତାର ସହିତ କାର୍ଯ୍ୟନିର୍ବାହ କରିଛନ୍ତି। କାର୍ଯ୍ୟରେ ଯୋଗ ଦେବାପରେ ଶ୍ରୀ ବେହେରା ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଓ ସେମାନେ କିପରି ଉପକୃତ ହୋଇପାରିବେ ସେ ନେଇ ଗୁରୁତ୍ବ ଦେବେ ବୋଲି ପ୍ରକାଶ କରିଛନ୍ତି।