ଅନ୍ୟାନ୍ୟ

ଲକ୍ଷ୍ମୀ ବଜାର ପୂଜା କମିଟିର ନୂତନ କର୍ମକର୍ତ୍ତା

By Biswaranjan Pattnaik

September 30, 2023

ଅନୁଗୁଳ: ଅନୁଗୁଳ ଗଜଲକ୍ଷ୍ମୀ ପୁଜା କମିଟି ଲକ୍ଷ୍ମୀ ବଜାରର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଧର୍ମଶାଳାରେ ଆୟୋଜିତ ଏହି ବୈଠକରେ ଗତ ବର୍ଷ ପୂଜାର ଆୟବ୍ୟୟ ଏବଂ ଚଳିତ ପୂଜା ନେଇ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ଏହାପରେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଭରତ କୁମାର ସାହୁ,ସଭାପତି,ତପନ କୁମାର ସାହୁ,ସୌମ୍ୟ ରଂଜନ ସାହୁ,ଶିବାଶିଷ କର ଉପ ସଭାପତି,ଜ୍ୟୋତି ରଞ୍ଜନ ସାହୁ ସମ୍ପାଦକ,ଆଦର୍ଶ କୁମାର ସାହୁ,ଆକାଶ ମହାରଣା,ଯୁଗ୍ମ ସମ୍ପାଦକ ଓ ବିକାଶ ଅଗ୍ରୱାଲ କୋଷାଧ୍ୟକ୍ଷ ଭାବେ ବଛା ହୋଇଥିଲେ ।