ମୁଖ୍ୟ ଖବର

ଏମସିଏଲର ନୂଆ ରେକର୍ଡ! ନିର୍ଦ୍ଧାରିତ ସମୟର ୬ ଦିନ ପୂର୍ବରୁ ୧୦୦ ମିଲିୟନ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟ ପାର କଲା

By Angul TV Bureau

October 26, 2022

ତାଳଚେର : ଟିମ୍ ମହାନଦୀ କୋଲଫିଲ୍ଡସ ଲିମିଟେଡ୍ (ଏମସିଏଲ) ୨୦୨୨-୨୩ ଆର୍ଥିକ ବର୍ଷର ଅକ୍ଟୋବର ମାସ ୨୫ ତାରିଖ ମଙ୍ଗଳବାର ୧୦୦ ମିଲିୟନ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟ ପାର କରିଛି। ଗତ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ କୋଇଲା ଉତ୍ପାଦନରେ ୨୨% ପ୍ରତିଶତ ବୃଦ୍ଧି ହୋଇଛି। ଏଥିସହ ମାସେ ୬ ଦିନ ପୂର୍ବରୁ ୧୦୦ ମିଲିୟନ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟକୁ ଅତିକ୍ରମ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି।

ସୂଚନାଯୋଗ୍ୟ ଯେ ପୂର୍ବରୁ ୨୦୨୨ ଅକ୍ଟୋବର ୧୨ରେ ଛଅ ମାସ ୧୨ ଦିନରେ ହିଁ ଏମସିଏଲ ୧୦୦ ମିଲିୟନ ଟନ୍ କୋଇଲା ପଠାଇ ନୂଆ ଉପଲବ୍ଧି ହାସଲ କରିଥିଲା।