ମୁଖ୍ୟ ଖବର

ଅନୁଗୁଳ ବିଜେଡିକୁ ଶକ୍ତିଶାଳୀ କରିବାକୁ ୩ ଜଣଙ୍କୁ ନୂଆ ଦାୟିତ୍ଵ ଦେଲେ ଦଳ ସୁପ୍ରିମୋ

By Angul TV Bureau

April 21, 2024

ଅନୁଗୁଳ: ଅନୁଗୁଳରେ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତିନି ଜଣ ଯୁବ ପ୍ରତିଭାଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି। ଅନୁଗୁଳର ଶିବାନୀ ଶଙ୍କର ଗୌଡ଼ଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି, ଅନ୍ନଦା ସାହୁଙ୍କୁ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଏବଂ ତପସ୍ଵିନୀ ବିଶ୍ବାଳଙ୍କୁ ବିଜୁ ମହିଳା ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।

ନୂଆ ଦାୟିତ୍ୱ ମିଳିବା ପରେ ସମସ୍ତେ ଦଳର ସୁପ୍ରିମୋ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ବିପ୍ଳବ ଜେନା, ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ, ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଚିନ୍ମୟ କୁମାର ସାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି।