ଅନୁଗୁଳ: ଆଇପିଏଲ ସିଜିନରେ ଏଥର ଏକ ନୂଆ ନିୟମ ଲାଗୁ ହେବାକୁଯାଉଛି। ଗୋଟିଏ ଟିମ ମ୍ୟାଚର ୧୪ ଓଭର ପୂର୍ବରୁ ନିଜର ୧୧ ଜଣ ଖେଳାଳିଙ୍କ ମଧ୍ୟରୁ ଜଣକୁ ବଦଳାଇ ଆଉ ଜଣେ ଖେଳାଳିଙ୍କୁ ଭର୍ତ୍ତି କରିପାରିବ । ଏହି ଖେଳାଳିଙ୍କୁ ଇମ୍ପାକ୍ଟ ପ୍ଲେୟର ବୋଲି କୁହାଯାଉଛି । ଏହି ବ୍ୟବସ୍ଥା ଦ୍ବାରା ଗୋଟିଏ ଟିମ ପିଚ ଓ ମ୍ୟାଚର ପରିସ୍ଥିତିକୁ ଦେଖି ଏହି ରଣନୈତିକ ନିଷ୍ପତ୍ତି ନେଇପାରିବେ ।
ଏ ସଂପର୍କରେ ଶୁକ୍ରବାର ବିସିସିଆଇ ପକ୍ଷରୁ ଏକ ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ଏହା ସମ୍ପର୍କରେ ସବିଶେଷ ନିୟମାବଳୀ ଆଇପିଏଲ ନିଲାମୀ ପୂର୍ବରୁ ଜଣାପଡ଼ିବାର ସମ୍ଭାବନା ରହିଛି ।