ମୁଖ୍ୟ ଖବର

ବଅଁରପାଳରେ ଖୋଲିବ ନୂଆ ସବ୍‌-ରେଜିଷ୍ଟ୍ରୀ ଅଫିସ

By Angul TV Bureau

October 27, 2025

ଅନୁଗୁଳ: ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବଅଁରପାଳରେ ଏକ ନୂଆ ସବ୍‌-ରେଜିଷ୍ଟ୍ରୀ ଅଫିସ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଆସନ୍ତା ୧ ନଭେମ୍ବର ୨୦୨୫ରୁ ବଅଁରପାଳ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟ ଆରମ୍ଭ କରିବ।

ରାଜ୍ୟ ସରକାର ରାଜ୍ୟରେ ମୋଟ ୪୪ଟି ନୂଆ ସବ୍‌-ରେଜିଷ୍ଟ୍ରୀ ଅଫିସ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥିରେ ବଅଁରପାଳ ଅନ୍ୟତମ। ଏତେ ଦିନ ଲୋକମାନେ ଜମି ରେଜିଷ୍ଟ୍ରେସନ ପାଇଁ ଅନୁଗୁଳ ଯାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ନୂଆ ଅଫିସ ଖୋଲିବା ଦ୍ୱାରା ସେମାନଙ୍କ ସମସ୍ୟା ସହଜ ହେବ ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି।

ଏହି ପଦକ୍ଷେପ ସମ୍ପର୍କରେ ଇନସ୍ପେକ୍ଟର ଜେନେରାଲ ରେଜିଷ୍ଟ୍ରେସନ, ଓଡ଼ିଶା, କଟକଙ୍କ ଅଧୀନରେ କାର୍ଯ୍ୟରତ ଆଇଏଏସ ଅଧିକାରୀ ପି. ଅନଭେସ ରେଡ୍ଡୀଙ୍କ କାର୍ଯ୍ୟାଳୟରୁ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି।