ଅନୁଗୁଳ: ଅନୁଗୁଳ ଜିଲ୍ଲା କିଷାନ କଂଗ୍ରେସ କମିଟିରେ ବ୍ୟାପକ ଅଦଳବଦଳ ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଜିଲ୍ଲା ସଭାପତି ସୌମେନ୍ଦ୍ର ଦେହୁରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ନୂତନ ତାଲିକାକୁ ପ୍ରଦେଶ କିଷାନ କଂଗ୍ରେସ ସଭାପତି ଅଜୟ କୁମାର ସାହୁ ବିଧିବଦ୍ଧ ଭାବେ ଅନୁମୋଦନ କରିଛନ୍ତି।
ଏହି ନୂତନ କମିଟିରେ ଉପସଭାପତି ଭାବେ ପ୍ରାଣବନ୍ଧୁ ପ୍ରଧାନ, ପ୍ରଦୀପ ପ୍ରଧାନ, ମନୋରଞ୍ଜନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା ଓ ଦିଲ୍ଲୀପ ମହାପାତ୍ରଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି। ସେହିପରି ସାଧାରଣ ସମ୍ପାଦକ ଭାବେ ବସନ୍ତ କୁମାର ବିଶୋୟୀ, ଶିଶିର କୁମାର ପାଳ, ମନୋଜ କୁମାର ଦାସ, ଅଶୋକ କୁମାର ବିଶୋୟୀ, ବିରଞ୍ଚି ସାହୁ, ବିଭୂତି ଭୂଷଣ ସାହୁ, ବିପିନ ପାତ୍ର, ଆଲୋକ ଦେହୁରୀ, ଜୟନ୍ତ କୁମାର ପ୍ରଧାନ, ବିମଳ ପ୍ରଧାନ, ସୁମିତ କୁମାର ସାହୁ, ହେମନ୍ତ ଦେହୁରୀ, ଧୀରେନ ପ୍ରଧାନ, ମିହିର କୁମାର ପାଳ, ପ୍ରମୋଦ କୁମାର ସାହୁ, ଭାଗିରଥି ନାୟକ ଓ ଗୋପୀନାଥ ସାହୁଙ୍କୁ ନିଯୁକ୍ତି ମିଳିଥିବା ବେଳେ ଲୋକନାଥ ସାହୁ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।
ଜିଲ୍ଲାର ସାଂଗଠନିକ କାର୍ଯ୍ୟକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ବିଭିନ୍ନ ବ୍ଲକ ଓ ପୌରାଞ୍ଚଳ ପାଇଁ ମଧ୍ୟ ସଭାପତି ଚୟନ କରାଯାଇଛି। ଏଥିରେ ଅନୁଗୁଳ ବ୍ଲକ ପାଇଁ ବନବିହାରୀ ପ୍ରଧାନ, ଆଠମଲ୍ଲିକ ପାଇଁ ଜୟଲାଲ ବିଶ୍ୱାଳ, ବଅଁରପାଳ ପାଇଁ ସୁଶାନ୍ତ ମହାପାତ୍ର, ଛେଣ୍ଡିପଦା ପାଇଁ ତ୍ରିନାଥ ସାହୁ, କିଶୋର ନଗର ପାଇଁ କନ୍ଦର୍ପ ପ୍ରଧାନ, କଣିହାଁ ପାଇଁ ସୁଶାନ୍ତ ଶଶୀକାନ୍ତ ସାମଲ, ପାଳଲହଡ଼ା ପାଇଁ ପ୍ରଶାନ୍ତ କୁମାର ପ୍ରଧାନ ଓ ତାଳଚେର ବ୍ଲକ ପାଇଁ ସୁଧୀର କୁମାର ବେହେରାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ସେହିଭଳି ନଗରପାଳିକା ଓ ପୌରପାଳିକା ସ୍ତରରେ ଅନୁଗୁଳ ପାଇଁ କସିଦା ଖାନ, ଆଠମଲ୍ଲିକ ପାଇଁ ମନୋଜ ପ୍ରଧାନ, ପାଳଲହଡ଼ା ପାଇଁ ପ୍ରତାପ କୁମାର ପାଳ ଓ ତାଳଚେର ପାଇଁ ସନ୍ତୋଷ ମହାରଣାଙ୍କୁ ମନୋନୀତ କରାଯାଇଛି।
ଏହି କମିଟିରେ ସସ୍ମିତା ବେହେରା, ସୁନୀଲ କୁମାର ପ୍ରଧାନ, ଅମ୍ବିକା ପ୍ରସାଦ ଭଟ୍ଟ, ପ୍ରଫୁଲ୍ଲ କୁମାର ଦାସ, ଫକୀର ମୋହନ ସାମଲ, ନରୋତ୍ତମ ନାଏକ, ହିମାଂଶୁ ଚାଉଳିଆ, ଭଜମନ ଦାସ ଓ ସନତ କୁମାର ପ୍ରଧାନ ନିମନ୍ତ୍ରିତ ସଦସ୍ୟ ଭାବେ ରହିଛନ୍ତି। ଏହି ସମସ୍ତ ନିଯୁକ୍ତି ସମ୍ପର୍କରେ ଗୋପାଳ ଚନ୍ଦ୍ର ନାଥ ଏକ ପ୍ରେସ ବିବୃତି ଜରିଆରେ ସୂଚନା ଦେଇଛନ୍ତି।