ମୁଖ୍ୟ ଖବର

ଲାଞ୍ଚ ଘଟଣାର ନୂଆ ମୋଡ଼:ପଇସା ଫେରାଇଲେ ଡାକ୍ତର

By Biswaranjan Pattnaik

November 07, 2024

ଅନୁଗୁଳ: ଅନୁଗୁଳ ମେଡ଼ିକାଲ ସର୍ଜରୀ ୱାର୍ଡରେ ଜନୈକ ଡାକ୍ତର ମଳକଣ୍ଟକ ଅସ୍ତ୍ରୋପଚାର ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ମଙ୍ଗଳବାର ସଂପୃକ୍ତ ଡାକ୍ତର ଅଜଣା ନମ୍ୱରରୁ ତାଙ୍କ ପାଖକୁ କେହି ଟଙ୍କା ପଠାଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ ବୁଧବାର ସେଇ ନମ୍ୱରକୁ ଫୋନ୍ ପେ’ ମାଧ୍ୟମରେ ୬ ହଜାର ଟଙ୍କା ଫେରାଇ ଦେଇଥିବା ଜଣା ପଡ଼ିଛି।

ଏ ପ୍ରସଙ୍ଗରେ ଓମସାର ପୂର୍ବତନ ରାଜ୍ୟ ସମ୍ପାଦକ ଡ଼ା ବିଶ୍ୱଜିତ୍ ସାମଲ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ରୋଗୀ ଡିସ୍ ଚାର୍ଜ ହେବାର ଘଣ୍ଟାଏ ପରେ ଫୋନ୍ ପେ’ ରେ ପଇସା ପଠାଇବା କିଛି ଭିନ୍ନ କଥା ସୂଚାଉଛି।ରୋଗୀଙ୍କ କୌଣସି ସଂପର୍କୀୟ ନଥିବା ଉକ୍ତ ବ୍ୟକ୍ତି ଜଣଙ୍କ କାହା ଇଶରାରେ ଫୋନ୍ ପେ କରିଥିଲେ ବୋଲି ସେ କହିଛନ୍ତି। କୌଣସି ଲିଖିତ ଅଭିଯୋଗ ନାହିଁ କି ମେଡ଼ିକାଲ ସୁପରିଟେଣ୍ଡେଣ୍ଟଙ୍କ ପାଖରେ କୌଣସି ଅଭିଯୋଗ ନ କରି ସିଧା ସଳଖ ସାମାଜିକ ଗଣମାଧ୍ୟମରେ ବିବୃତି ଦେବାକୁ ସେ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

ରୋଗୀ ବା ତାଙ୍କ ସଂପର୍କୀୟ କୌଣସି ଲାଞ୍ଚ ମାମଲାର ସମ୍ମୁଖୀନ ହେଲେ ଏଡିଏମଓ ମେଡ଼ିକାଲଙ୍କ ସହ ଯୋଗାଯୋଗ କରିବାକୁ ଡ଼ା ସାମଲ ପରାମର୍ଶ ଦେଇଛନ୍ତି।