ଅନ୍ୟାନ୍ୟ

ଠିକାଦାର ସଂଘର ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚିତ, ସରକାରୀ ନିୟମ ବିରୋଧରେ ପ୍ରତିବାଦ

By Angul TV Bureau

January 19, 2026

ଅନୁଗୁଳ: ପାଲଲହଡ଼ା ମା କୁଣ୍ଡେଇବୀର ଉପଖଣ୍ଡ ସ୍ତରୀୟ ଠିକାଦାର ସଙ୍ଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଯାଇଅଛି। ମଦନ ମୋହନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ନିର୍ବାଚନ ଅଧିକାରୀ ରୂପେ ଜିଲ୍ଲା ଠିକାଦାର ସଙ୍ଘର ସଭାପତି ସୁନୀଲ କୁମାର ପ୍ରଧାନ ଓ ସଂପାଦକ ସୁବୋଧ କୁମାର ମହପାତ୍ର ଯୋଗଦେଇ ନିର୍ବାଚନ ପରିଚାଳନ କରିଥିଲେ।

ନୂତନ ସଭାପତି ଭାବେ ମନୋରଞ୍ଜନ ଶତପଥୀ, ସହ ସଭାପତି ନରେନ୍ଦ୍ର କୁମାର ଭୁକ୍ତା, ସଂପାଦକ ଅଶୋକ କୁମାର ପାଣି, ସହ ସମ୍ପାଦକ ଶକ୍ତି କାନ୍ତ ସାହୁ , ସହ ସମ୍ପାଦକ ରଞ୍ଜିତ ସାମଲ କୋଷାଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଏହି ବୈଠକରେ ସର୍ବସମ୍ମତି କ୍ରମେ ସରକାରଙ୍କ ନୂତନ ନିୟମକୁ ବିରୋଧ କରାଯିବା ସହିତ ସମସ୍ତ ସରକାରୀ କାମ ନିର୍ଦ୍ଧାରିତ ସରକାରୀ ମୂଲ୍ୟରେ କରାଯିବ ଏବଂ କମ୍ ମୂଲ୍ୟରେ କାମ ହାସଲ କରୁଥିବା ଠିକାଦାରଙ୍କୁ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଉପଖଣ୍ଡର ୫୦ ରୁ ଅଧିକ ଠିକାଦାର ଏହି ବୈଠକରେ ଯୋଗଦେଇ ଥିଲେ।