ମୁଖ୍ୟ ଖବର

ଆଠ ମଲ୍ଲିକ ଓକିଲସଂଘ ପକ୍ଷରୁ ବିଚାରପତିଙ୍କୁ ନବବର୍ଷର ଶୁଭେଚ୍ଛା ଜ୍ଞାପନ

By Angul TV Bureau

January 02, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଓକିଲସଂଘର ଓକିଲମାନେ ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଥିବା କୋର୍ଟର ୩ ଜଣ ବିଚାରପତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଲକ୍ଷ୍ମୀନାରାୟଣ ରାୟଚୌଧୁରୀ, ସବଜଜ ଶୁଭଙ୍କର ମିଶ୍ର ଓ ଏସଜେଏମ ସିକୁନ ରାୟଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସମ୍ପାଦକ ଜିତେନ୍ଦ୍ର କୁମାର ମୁଖି, ଉପସଭାପତି ଉଗ୍ରସେନ ସେଠି, ସହ ସମ୍ପାଦକ ଆର୍ଯ୍ୟଭଟ୍ଟ ମହାନନ୍ଦିଆ, କୋଷାଧ୍ୟକ୍ଷ ବିଶ୍ୱସୁନ୍ଦର ଶତପଥୀ, ବରିଷ୍ଠ ଆଇନଜୀବୀ ଜିତେନ୍ କୁମାର ମିଶ୍ର, ବାମନ କୁମାର ମିଶ୍ର, ଅବନୀ କୁମାର ଆଚାର୍ଯ୍ୟ, ରାମଚନ୍ଦ୍ର କର୍ଣ୍ଣ, ମାଧବ ଚନ୍ଦ୍ର ସାହୁ, ଗଣେଶ ଚନ୍ଦ୍ର କର୍ମୀ, ସୁନୀଲ କୁମାର ଶାସନି, ରାଜେଶ କୁମାର ମିଶ୍ର, ଲଲାଟେନ୍ଦୁ ଦାଶ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ।

ପରେ ଓକିଲସଂଘ ପକ୍ଷରୁ ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ବେହେରା ଓ ତହସିଲଦାର ପ୍ରସନ ଟେଟେଙ୍କୁ ମଧ୍ୟ ନବବର୍ଷର ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା।