ମୁଖ୍ୟ ଖବର

ଜଙ୍ଗଲରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

By Swagatika Samantray

January 20, 2021

ଅନୁଗୁଳ: ବୁଧବାର ପୂର୍ବାହ୍ନରେ ପାଳଲହଡ଼ା ବ୍ଲକ୍ ତଥା ଖମାର ଥାନା କୁଚିଆବେଡା ଜଙ୍ଗଲରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁଟି ଗଛ ମୂଳରେ ପଡିଥିବା ବେଳେ ଗ୍ରାମର କିଛି ମହିଳା ଦେଖିଥିଲେ। ଖବର ପାଇ ଖବର ପାଇ ଖମାର ଥାନା ପୁଲିସ ନବଜାତକୁ ଉଦ୍ଧାର କରି ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର ଶଶିକାନ୍ତ ବେହେରା ସୂଚନା ଦେଇଛନ୍ତି l