ମୁଖ୍ୟ ଖବର

ବର୍ଷାରେ ଭାସିଗଲା ନବନିର୍ମିତ ରାସ୍ତା, ବିପଦରେ ବିଦ୍ୟୁତ ପୋଲ

By Angul TV Bureau

July 27, 2026

​ଅନୁଗୋଳ: ଅନୁଗୋଳ ବ୍ଲକ ସରଧାପୁର ପଞ୍ଚାୟତ ବରଘାଇ ସାହିରେ ସାମାନ୍ୟ ବର୍ଷାରେ ନିମ୍ନମାନର ନିର୍ମାଣ କାର୍ଯ୍ୟର ପର୍ଦ୍ଦାଫାସ ହୋଇଛି। ନୂତନ ଭାବେ ନିର୍ମିତ ମୋରୁମ ରାସ୍ତାଟି ବର୍ଷା ଜଳରେ ଭାସିଯିବାରୁ ୩୫ଟି ପରିବାର ହନ୍ତସନ୍ତ ହେଉଛନ୍ତି।​ବନ୍ଧ ପାଣି ନିଷ୍କାସନ ପାଇଁ କୌଣସି ପାଇପ୍ କିମ୍ବା କଲଭର୍ଟ ନକରି ତରବରିଆ ଭାବେ ରାସ୍ତା କରାଯାଇଥିବାରୁ ଏଭଳି ସ୍ଥିତି ଉପୁଜିଛି। ରାସ୍ତା ଧୋଇ ହୋଇଯିବାରୁ ସେଠାରେ ଥିବା ଏକ ବିଦ୍ୟୁତ ପୋଲଟି ମାଟିଶୂନ୍ୟ ହୋଇ ବିପଦଜନକ ଅବସ୍ଥାରେ ଝୁଲୁଛି। ଯେକୌଣସି ମୁହୂର୍ତ୍ତରେ ବଡ଼ଧରଣର ଦୁର୍ଘଟଣା ଘଟିବା ଆଶଙ୍କା ରହିଛି।​ଏହା ଏକମାତ୍ର ଯାତାୟାତ ରାସ୍ତା ହୋଇଥିବାରୁ ଲୋକେ ଓ ସ୍କୁଲ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।