ଅନୁଗୁଳ: ରାଜ୍ୟ ମିଶନ ନିର୍ଦ୍ଦେଶକ ଡି ବୃନ୍ଦା ତାଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୬୩୩୧ ତା ୮.୬.୨୦୨୩ ରେ ରାଜ୍ୟର ସମସ୍ତ ସିଡିଏମଓ ମାନଙ୍କୁ ଏକ ଅଭିନବ ଯୋଜନା ବାବଦରେ ଚିଠି କରିଛନ୍ତି। ଏହି ଚିଠି ଅନୁସାରେ ରାଜ୍ୟର ପ୍ରତ୍ୟେକ ନବ ଦମ୍ପତିଙ୍କୁ ଏକ କିଟ୍ ଉପହାର ଦିଆଯିବ। ନିକଟସ୍ଥ ଆଶା ଏହି କିଟ୍ ଘରେ ଦେଇ ଆସିବ। ଏହି କିଟ୍ରେ ଦୁଇଟି ତଉଲିଆ,ଦୁଇଟି ରୁମାଲ,ଗୋଟିଏ ପାନିଆ, ଗୋଟିଏ ଦର୍ପଣ,ଦୁଇ ପ୍ୟାକେଟ ବିନ୍ଦି,ଗୋଟିଏ ନେଲ କଟର,ଗୋଟିଏ ଭ୍ୟାନିଟି ପାଉଚ୍ ଏବଂ ନବ ଦମ୍ପତିଙ୍କ ପାଇଁ ଏକ ସ୍ବାସ୍ଥ୍ୟ ମାର୍ଗଦର୍ଶୀକା ଦିଆଯିବ। ଆଶା ଏବଂ ନବ ଦମ୍ପତ୍ତିଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଏହି ଅଭିନବ ଯୋଜନା କରାଯାଇଛି। ବିବାହର ସାତ ଦିନ ମଧ୍ୟରେ ଏହି କିଟ୍ ଦିଆଯିବ।ଆଶା ମାନଙ୍କୁ ପ୍ରତି ସଦସ୍ୟ ପାଇଁ ଏକ ଶହ ଟଙ୍କାର ପ୍ରୋତ୍ସାହନ ରାଶି ଦିଆ ଯିବାର ବ୍ୟବସ୍ଥା ରହିଛି।