ଘଟଣା ଓ ଦୁର୍ଘଟଣା

ଟ୍ରକ ପଛକୁ ପିଟିଲା ତୀର୍ଥଯାତ୍ରୀ ବୋଲେରୋ: ୭ ଆହତ, ୨ ଗୁରୁତର

By Angul TV Bureau

January 27, 2025

ଅନୁଗୁଳ: ଟ୍ରକ ପଛକୁ ପିଟିଲା ତୀର୍ଥଯାତ୍ରୀଙ୍କୁ ନେଇ ଆସୁଥିବା ବୋଲେରୋ। ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥର କାଣ୍ଡସର ଷ୍ଟେଟ ବ୍ୟାଙ୍କ ନିକଟରେ ରବିବାର ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୯ ଜଣ ମହିଳା ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି।

ସୂଚନା ମୁତାବକ, ଢେଙ୍କାନାଳ ଭୁବନ ଗ୍ରାମର ଏକ ପରିବାର ଶୁକ୍ରବାର ଠାରୁ ମା’ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ସମ୍ବଲପୁର ଯାଇଥିଲେ। ଦର୍ଶନ ସାରି ରବିବାର ରାତିରେ ଏକ ବୋଲେରୋ ଯୋଗେ ସେମାନେ ଘରକୁ ଫେରୁଥିବା ବେଳେ କାଣ୍ଡସର ଷ୍ଟେଟ ବ୍ୟାଙ୍କ ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ପିଟିଥିଲେ। ଏହି ସମୟରେ ସମାଜସେବୀ ଚିନ୍ମୟୀ ଦାସ, ସାମ୍ବାଦିକ ସୁଧାକର ସାହୁ ତାଙ୍କୁ ଦେଖି ଉଦ୍ଧାର କରି ନାଲକୋ ଥାନାକୁ ଖବର ଦେଇଥିଲେ। ଖବର ପାଇ ନାଲକୋ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ମଧ୍ୟ ଡେରି ହେବାରୁ ଆହତ ମହିଳାଙ୍କୁ ଏକ ଅଟୋ ଏବଂ ଟ୍ରାଭେଲ୍ସ ଗାଡିରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଥି ମଧ୍ୟରୁ ଦୁଇ ଜଣ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।