ଘଟଣା ଓ ଦୁର୍ଘଟଣା

ଦୁର୍ଘଟଣାଗ୍ରସ୍ତ ହୋଇ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ୍, ଚାଳକ ଗୁରୁତର

By Angul TV Bureau

November 28, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ନୂଆହତା ପଞ୍ଚାୟତ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇ ଠିଆ ହୋଇଥିବା ଟ୍ରକକୁ ପଛ ପାଖରେ ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ୍। ଦୁର୍ଘଟଣାରେ ଚାଳକ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସୂଚନା ମୁତାବକ, ୨୬ ତାରିଖ ରାତିରେ ଏକ୍ ଅଜଣା ଟ୍ରକର ପଛ ପାଖରେ ଆଇରନ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଚାଳକ ଗୁରୁତର ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ସମୟରେ ବାଟରେ ଚାଳକଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟପଟେ ଦୁର୍ଘଟଣାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ସାଇଡ ହୋଇପାରି ନଥିଲା। ଫଳରେ ୨୭ ତାରିଖ ରାତିରେ ସେହି ଦୁର୍ଘଟଣା ଘଟାଇଥିବା ଟ୍ରକ୍ ପଛରେ ଆଉ ଏକ ଆଇରନ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଚାଳକ ଗୁରୁତର ହୋଇଥିଲେ। ଖବର ପାଇ ବଅଁରପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଟ୍ରକକୁ ଜବତ କରିବା ସହ ଜାତୀୟ ରାଜପଥରୁ ସ୍ଥାନାନ୍ତରିତ କରାଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜାତୀୟ ରାଜପଥରେ ବେଆଇନ୍ ପାର୍କିଂ ଓ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଗୁଡିକ ରାସ୍ତାରେ ଠିଆ କରି ରଖାଯାଉଛି। ପରିବହନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।