ଅନୁଗୁଳ: ରଜ ସଂକ୍ରାନ୍ତି ଯେତିକି ପାଖଉଛି ଆକାଶରୁ ସତେ ଯେମିତି ନିଆଁ ବର୍ଷୁଚି। ଲୁ ପ୍ରବାହ ସାଙ୍ଗକୁ ପବନରେ ଧୂଳି ଓ ପାଉଁଶ ଝଡ଼ ଯୋଗୁଁ ସହର ବାସୀ ଅଣନିଃଶ୍ବାସୀ ହୋଇ ପଡ଼ୁଛନ୍ତି। ଛକ ବଜାରରେ ଲୋକେ ଲସି ଓ ସରବତ ଦୋକାନରେ ଭିଡ଼ ଜମାଉଛନ୍ତି। ରବିବାର ଅନୁଗୁଳର ତାପମାତ୍ରା ୪୨.୯ ଡିଗ୍ରୀ ସେଲସିଅସରେ ପହଞ୍ଚିଥିଲା। ଖରା ସାଙ୍ଗକୁ ଲୋ ଭୋଲ୍ଟେଜ୍ ସମସ୍ୟା ଯୋଗୁଁ ଲୋକେ ସନ୍ତୁଳି ହଉଛନ୍ତି। ନୂଆ ବସ୍ ଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ପଙ୍ଖା ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ନ ଥିବାରୁ ଯାତ୍ରୀ ମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି।