ମୁଖ୍ୟ ଖବର

ପହିଲାରୁ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ

By Swagatika Samantray

February 26, 2025

ଭୁବନେଶ୍ବର : ରାଜ୍ୟରେ ଏବେ ପାଗ ଶୁଖୁଲା ଥିବାବେଳେ ଆସନ୍ତା ୩ ଦିନ ପରେ ଅର୍ଥାତ୍ ପହିଲାରୁ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଫେବୃଆରୀ ପ୍ରାରମ୍ଭରେ ଦିନରେ ପାରଦ ବୃଦ୍ଧି ପାଇଥିଲା। ଏପରିକି ଆମ ଜିଲା ସମେତ ବହୁ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ଗତ ସପ୍ତାହେ ହେଲା ପଶ୍ମିମାଝଡ଼ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଯୋଗୁଁ ପାରଦ ହ୍ରାସ ପାଇଛି। ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ ଏବଂ ଏହାପରେ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ।