ମୁଖ୍ୟ ଖବର

ଦରମା ମିଳି ନଥିବାରୁ ଔଷଧ କିଣି ନ ପାରି ପ୍ରାଣ ହରାଇଥିବା ହୋମଗାର୍ଡଙ୍କ ପରିବାରକୁ ଭେଟିଲେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ

By Angul TV Bureau

July 28, 2023

ଅନୁଗୁଳ: ଦରମା ମିଳି ନଥିବାରୁ ଔଷଧ କିଣି ନ ପାରି ପ୍ରାଣ ହରାଇଥିବା ଅନୁଗୁଳ ଜିଲ୍ଲା ତୁରଙ୍ଗ ଗ୍ରାମର ହୋମଗାର୍ଡ ପ୍ରଫୁଲ୍ଲ ନାୟକଙ୍କ ପରିବାରକୁ ଭେଟିଛନ୍ତି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ। ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ରାଜ୍ୟ ସଭାପତି ରଞ୍ଜନ କୁମାର ମଲ୍ଲିକ, ସେକ୍ରେଟାରୀ ବିଚିତ୍ରାନନ୍ଦ ବିଶ୍ଵାଳ, କଟକ ଜିଲ୍ଲା ସଭପତି ସୁରେନ୍ଦ୍ର ମଲ୍ଲିକ, ଯାଜପୁର ଜିଲ୍ଲା କୋଷାଧ୍ୟକ୍ଷ ରତି କାନ୍ତ ଦାସ ତୁରଙ୍ଗ ସ୍ଥିତ ବାସ ଭବନ ଠାରେ ପହଞ୍ଚି ପରିବାର ବର୍ଗକୁ ସମବେଦନା ଜଣାଇଥିଲେ। ଏଥିସହ ପନିପରିବା, ଶୁଖିଲା ଖାଦ୍ୟ, ଫଳ ମୂଳ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏ ଅବସରରେ ଉତ୍କଳ ଗୃହରକ୍ଷୀ ମହାସଂଘର ରାଜ୍ୟ ସଭାପତି ଦାବି କରିଛନ୍ତି ଯେ, ଯଥା ଶୀଘ୍ର ସରକାରଙ୍କର ପକ୍ଷରୁ ହୋମଗାର୍ଡଙ୍କ ପରିବାରକୁ ନିୟମ ଅନୁସାରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ମୃତକଙ୍କ ପୁଅକୁ ଚାକିରି ଦିଅନ୍ତୁ।

ସୂଚନାଯୋଗ୍ୟ ଯେ ଅନୁଗୁଳ ଜିଲ୍ଲା ତୁରଙ୍ଗ ଗ୍ରାମରେ ବୁଧବାର ହୋମଗାର୍ଡ ପ୍ରଫୁଲ୍ଲ ନାୟକଙ୍କର ମୃତ୍ୟୁ ଘଟିଥିଲା। ୪ ମାସ ର ଦରମା ପାଇଁ ନଥିବାରୁ ଔଷଧ କିଣିବା ପାଇଁ ତାଙ୍କ ପାଖେ ପଇସା ନଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଥିଲା।