ଅନ୍ୟାନ୍ୟ

ନୀଳାଦ୍ରି ବିଜେ ଉପଲକ୍ଷେ ନୀଳଚକ୍ର ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ: ଭକ୍ତିରେ ବୁଡିଲା ଶୈଳ ଶ୍ରୀକ୍ଷେତ୍ର

By Angul TV Bureau

July 28, 2026

ଅନୁଗୋଳ: ନୀଳାଦ୍ରି ବିଜେ ଉପଲକ୍ଷେ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଜନ ସେବକ ସଂଘ ପକ୍ଷରୁ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ନୀଳଚକ୍ର ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏହି ଭକ୍ତିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜନ ସେବକ ସଂଘର ସଭାପତି ଓ ବରିଷ୍ଠ ଆଇନଜୀବୀ ଦ୍ୱାରିକା ପ୍ରସାଦ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଆଇନଜୀବୀ ଗୋପାଳ ଚନ୍ଦ୍ର ନାଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ଶ୍ରୀ ନନ୍ଦ ଓ ସମ୍ମାନିତ ଅତିଥି ଶ୍ରୀ ନାଥ ମିଳିତ ଭାବେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ଚଣ୍ଡିକା ପ୍ରସାଦ ନନ୍ଦ, କୁମାର ସୁବାସ, କୁମାର ଦିଲ୍ଲୁ, ବିଦ୍ୟାଧର, ସୁହାନି ଦାସ, ଶିବାନୀ ପ୍ରମୁଖ ମହାପ୍ରଭୁଙ୍କ ଭଜନ ପରିବେଷଣ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ବାଦ୍ୟଯନ୍ତ୍ରରେ ଚିତ୍ତ ରଞ୍ଜନ ନନ୍ଦ, କାହ୍ନ, ପିଣ୍ଟୁ, ରାଜୁ, ସିନ, ବାପୁନ ପ୍ରମୁଖ କଳାକାର ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଜ୍ୟୋତିରଞ୍ଜନ ଘୋଷକ ଭାବେ ଯୋଗ ଦେଇଥିବା ବେଳେ କଟକରୁ ମଧୁସୂଦନ ଅତିଥି କଳାକାର ଭାବେ ଯୋଗ ଦେଇଥିଲେ।