ପ୍ରତିଭା ଓ ବ୍ୟକ୍ତିତ୍ୱ

ନୀଳମଣିଙ୍କୁ ମିଳିଲା ଏମବି କ୍ରୀଡ଼ାଗୁରୁ ସମ୍ମାନ

By Biswaranjan Pattnaik

July 12, 2023

ଅନୁଗୁଳ: ଗତ ରବିବାର ଭୁବନେଶ୍ବରର ଜୟଦେବ ଭବନରେ ଏକ କ୍ରୀଡା ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି। ମୁକୁନ୍ଦ ବରାଳ ସ୍ମାରକୀ। ଏହି ସମାରୋହରେ ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା,ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ,ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ଅଲିମ୍ପୀୟନ ଅନୁରାଧା ବିଶ୍ବାଳଙ୍କ ସମେତ ସଂଘର ଟ୍ରଷ୍ଟି ପୀୟୂଷ ମହାନ୍ତି ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ବଛା ବଛା କ୍ରୀଡାବିତ୍ ଓ କ୍ରୀଡା ଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନୁଗୁଳର ଭେଟେରାନ ଆଥଲେଟ୍ ତଥା କ୍ରୀଡା ଗୁରୁ ନୀଳମଣି ଦାସଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଧିତ କରାଯାଇଥିଲା। ନୀଳମଣି ୨୦ କିମି ଦୃତ ଚାଲି ବିଭାଗରେ ଜଣେ ଚମ୍ପିୟାନ ଆଥଲେଟ୍ ଭାବେ ଓଡ଼ିଶାରେ ସୁପରିଚିତ। ସେ ଜେଏସପିଏଲର ଜଣେ କର୍ମଚାରୀ ଭାବେ ସମ୍ପ୍ରତି କାର୍ଯ୍ୟରତ ।