ମୁଖ୍ୟ ଖବର

ଜାଡରେ ଥରୁଛି ସାରା ଅନୁଗୁଳ: ୯ ଡିଗ୍ରୀ ତାପମାତ୍ରା ରେକର୍ଡ

By Swagatika Samantray

January 04, 2025

ଅନୁଗୁଳ: ଜାଡରେ ଥରୁଛି ସାରା ଅନୁଗୁଳ। କମୁଛି ପାରଦ ବଢୁଛି ଶୀତ। ଅସହ୍ୟ ଶୀତରେ କଲବଲ ହେଉଛିନ୍ତି ଜିଲା ବାସି। ଏହା ସହ ରାଜ୍ୟରେ ୬ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଠାରୁ କମ ରେକର୍ଡ କରାଯାଇଛି। ତାପମାତ୍ରା ହ୍ରାସ ହେବା କାରଣରୁ ଥଣ୍ଡା ଅନୁଭୂତ ହେଉଛି । ଜିଲାରେ ୯ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଆଜି ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେବ। ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ୫ ତାରିଖ ପରେ ଶୀତ କମିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ଆଜି ଏବଂ ଆସନ୍ତାକାଲି ଘନ କୁହୁଡି ନେଇ କିଛି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।