ମୁଖ୍ୟ ଖବର

ବନ୍ତଳା ପୋଲିସକୁ ବଡ଼ ସଫଳତା: ନିଶା ଖାଇ ଚୋରି କରୁଥିବା ବେଳେ ୯ ଜଣ ଗିରଫ, ବିପୁଳ ଚୋରା ସାମଗ୍ରୀ ଜବତ

By Angul TV Bureau

April 09, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ନିଶାରେ ୪ଟି ଥାନା ଅଞ୍ଚଳରେ ଚୋରି କରି ପୋଲିସ ନିଦ ହଜାଇ ଦେଇଥିବା ପାଞ୍ଚ ଜଣ ନାବାଳକଙ୍କ ସମେତ ଚାରି ଚୋରକୁ ବନ୍ତଳା ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ବହୁ ଚୋରା ସାମଗ୍ରୀ ଜବତ ହୋଇଛି। ଜବତ ସାମଗ୍ରୀ ମଧ୍ୟରେ ଦୁଇଟି ବାଇକ୍, ଗୋଟିଏ ଟାବଲେଟ, ବହୁ ସଂଖ୍ୟକ ମୋବାଇଲ, ବିଦ୍ୟୁତ୍ ଉପକରଣ, ଗ୍ୟାସ୍ ଟାଙ୍କି ଆଦି ରହିଛି।

ପୋଲିସ ମୁତାବକ, ନାବାଳକମାନେ ଗଞ୍ଜେଇ ନିଶାରେ ଚୁର୍ ହେବା ପରେ ଅନୁଗୁଳର ପୁରୁଣାକୋଟ, ଜରପଡ଼ା, ସଦର ଏବଂ ବନ୍ତଳା ଥାନା ଅଞ୍ଚଳରେ ଥିବା ଦୋକାନରୁ ରାତିରେ ଚୋରି କରିଥାନ୍ତି। ଗତକାଲି ବିଳମ୍ବିତ ରାତିରେ ବନ୍ତଳା ଅଞ୍ଚଳରେ ଚୋରି କରୁଥିବା ବେଳେ ସେମାନଙ୍କୁ ପୋଲିସ ଗିରଫ କରିଛି।