ମୁଖ୍ୟ ଖବର

ପିଲାଚୋରି ଅଭିଯୋଗରେ ନଅ ଜଣ ଅଟକ

By Angul TV Bureau

September 10, 2025

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଭାଲିଆବେଡା ଗ୍ରାମରେ ମଙ୍ଗଳବାର ସକାଳ ୧୦ଟା ବେଳେ ଛଦ୍ମବେଶୀ ନଅ ଜଣ ଅଘୋରୀ ବାବା ଅଷ୍ଟମ ଶ୍ରେଣୀର ଛାତ୍ର ସତ୍ୟପ୍ରକାଶ ସାହୁଙ୍କୁ ଅପହରଣ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଓ ସାଥୀ ଛାତ୍ର ଯୁବରାଜ ବେହେରାଙ୍କ ତତ୍ପରତାରେ ଧରାପଡ଼ିଛନ୍ତି। ଗ୍ରାମବାସୀ ଦୁଇଟି କାର (ଏମପି ୧୭ ସିବି ୩୫୯୬ ଓ ଏମପି ୧୯ ସିବି ୭୫୬୦) ସହ ଅଭିଯୁକ୍ତମାନଙ୍କୁ ରେଙ୍ଗାଳି ଥାନାରେ ହସ୍ତାନ୍ତର କରିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଆଠ ଜଣ ମଧ୍ୟପ୍ରଦେଶ ଓ ଜଣେ ଉତ୍ତର ପ୍ରଦେଶର ବାସିନ୍ଦା ଅଟନ୍ତି। ରେଙ୍ଗାଳି ପୋଲିସ ଅଟକ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ଜାରି ରଖିଛି।