ମୁଖ୍ୟ ଖବର

ବଦଳିଲେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ, ସୁସ୍ମିତା ସାହୁଙ୍କ ଜାଗାରେ ପୁଣି ଆସିବେ ନିରଞ୍ଜନ ସାହୁ

By Biswaranjan Pattnaik

January 18, 2025

ଅନୁଗୁଳ: ବଦଳିଲେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ। ପୁଣି ଫେରିଲେ ନିରଞ୍ଜନ ସାହୁ। ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏକ ବଦଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ସୁସ୍ମିତା ସାହୁଙ୍କର ଗଞ୍ଜାମ ଜିଲ୍ଲାକୁ ବଦଳି ହୋଇଛି। ତାଙ୍କ ଜାଗାରେ ଭୁବନେଶ୍ୱର ଓସେପାର ଯୁଗ୍ମ ନିର୍ଦ୍ଦେଶକ ଥିବା ନିରଞ୍ଜନ ସାହୁଙ୍କୁ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ଭାବେ ବଦଳି କରାଯାଇଛି। ପ୍ରକାଶ ଯେ ନିରଞ୍ଜନ ସାହୁ ପୂର୍ବରୁ ମଧ୍ୟ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ଥିଲେ।