ଅନୁଗୁଳ: ଗୁରୁବାର ସମୟ ସକାଳ ପ୍ରାୟ ୬ଟା, ଅନୁଗୁଳ ବସ ଷ୍ଟାଣ୍ଡରେ ମହାନ୍ତି ବସରେ ଯିବା ପାଇଁ ଅପେକ୍ଷା କରିଥାନ୍ତି ଜଣେ ଯୁବତୀ। ସୁନ୍ଦରୀ ଯୁବତୀଙ୍କୁ ଏକୁଟିଆ ଦେଖି ସେଠାରେ ବୁଲୁଥିବା ଜଣେ ଗଞ୍ଜୋଡ ଯୁବକ ଯୁବତୀ ଜଣ କୁ ଫ୍ଲାଇଂକିସ କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଯୁବତୀ ଜଣକ ଚିତ୍କାର କରିବାରୁ ପାଖରେ ଥିବା ଯାତ୍ରୀ ଓ ବସ କର୍ମଚାରୀ ମିଶି ଯୁବକ ଜଣକୁ ନିର୍ଧୁମ ଛେଚି ଥିଲେ। ମାଡ଼ ଖାଇ ପଡି ଉଠି ସେ ସେଠାରୁ ଖସି ପଳାଇଥିଲେ ଯୁବକ। କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ ମୁତାବକ ବସଷ୍ଟାଣ୍ଡ ଅଞ୍ଚଳରେ ଅସାମାଜିକ ଯୁବକଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ବସ ଷ୍ଟାଣ୍ଡ ପାଖରେ ବନ୍ଦ ପଡିଥିବା ସରକାରୀ ସ୍କୁଲ ନିଶାଖୋର ଓ ଗଞ୍ଜୋଡଙ୍କ ଅଡ୍ଡାସ୍ଥଳୀ ପାଲଟିଛି। ସନ୍ଧ୍ୟା ହେଲେ ସେମାନେ ସ୍କୁଲ ପାଚେରୀ ଡେଇଁ ମୋବାଇଲ ଲାଇଟରେ ନିଜ କାମ ସାରିବା ପରେ ଅସାମାଜିକ କାର୍ଯ୍ୟ ତଥା ଛୋଟ ବଡ ଅପରାଧ ଘଟାଇବାକୁ ବାହାରୁଛନ୍ତି ।