ଘଟଣା ଓ ଦୁର୍ଘଟଣା

ଜିନ୍ଦଲ ପ୍ଲାଣ୍ଟରୁ ଯନ୍ତ୍ରାଂଶ ଚୋରି ଅଭିଯୋଗ, ଜଣେ ଗିରଫ

By Sanjeeb Biswal

March 17, 2023

ଛେଣ୍ଡିପଦା: ଜିନ୍ଦଲ ପ୍ଲାଣ୍ଟ ପରିସରରୁ ଚୋରି କରିବା ଅଭିଯୋଗରେ କାଳିଆ କଟା ଗାଁର ବିନୟ ପ୍ରଧାନ (୨୦)ଙ୍କୁ ନିଶା ଶିଳ୍ପାଞ୍ଚଳ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ ମୁତାବକ, ଗତ ଗୁରୁବାର ବିଳମ୍ବିତ ରାତିରେ ବିନୟ ପ୍ଲାଣ୍ଟରେ ଗଚ୍ଛିତ ଥିବା ଯନ୍ତ୍ରାଂଶଗୁଡ଼ିକୁ ନେଇ ପାଚେରୀ ବାହାରକୁ ଯାଉଥିଲେ।

ଖବର ପାଇ ସୁରକ୍ଷା କର୍ମଚାରୀମାନେ ପହଞ୍ଚିଯିବାରୁ ବିନୟ ଯନ୍ତ୍ରାଂଶ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଥିଲେ। ପରେ କମ୍ପାନୀ କର୍ତ୍ତୃପକ୍ଷ ଏ ସମ୍ପର୍କରେ ନିଶା ଶିଳାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ସହ ବିନୟକୁ ଗିରଫ କରି କୋର୍ଟଚାଲାଣ କରିଛି।