ମୁଖ୍ୟ ଖବର

ପୁରୁଣା ପେନସନ ଦାବି: ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ଏନଏମ ଓ ପିଏସ ସଂଘ କର୍ମକର୍ତ୍ତା

By Angul TV Bureau

September 26, 2024

ଅନୁଗୁଳ: ଅନୁଗୁଳ ନୂତନ ପେନସନ ଯୋଜନା ଏବଂ ଏକୀକୃତ ପେନସନ ଯୋଜନା ପ୍ରତ୍ୟାହାର ପୂର୍ବକ ପୁରୁଣା ପେନସନ ଯୋଜନା ପ୍ରଚଳନ ଦାବିରେ ଗୁରୁବାର ଦେଶବ୍ୟାପୀ ଦାବି ପତ୍ର ପ୍ରଦାନ କରାଯାଉଛି। ଏହି ଧାରାରେ ଅନୁଗୁଳ ଜିଲ୍ଲାର ପ୍ରାୟ ୩୨ଟି ବିଭାଗରେ କାର୍ଯ୍ୟରତ କର୍ମଚାରୀ ଏନଏମ ଓ ପିଏସ ସଂଘର ଜିଲ୍ଲା ସଭାପତି ମୀନକେତନ ମହାପାତ୍ର ଏବଂ ସମ୍ପାଦକ ଦେବାନନ୍ଦ ସାହୁ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି।

ପ୍ରକାଶ ଥାଉ କି ନିକଟରେ ଅବସର ଗ୍ରହଣ କରିଥିବା ଏନ ପି ଏସ କର୍ମଚାରୀ ରାଜକିଶୋର ସ୍ୱାଇଁ ଏବଂ ଆନନ୍ଦ ଚନ୍ଦ୍ର ସାହୁ ମାସିକ ପେନସନ ବାବଦକୁ ମାତ୍ର ୨୨୪୪ ଟଙ୍କା ଏବଂ ୧୯୫୦ ଟଙ୍କା ପାଉଛନ୍ତି। ଯଦି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରଚଳିତ ପେନସନ ବ୍ୟବସ୍ଥା ପ୍ରତ୍ୟାହାର କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ ନ କରନ୍ତି, ତେବେ ଆଗାମୀ ଦିନରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ତୀବ୍ରତର କରାଯିବା ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।