ଅନ୍ୟାନ୍ୟ

ଡ୍ରେନ୍ କାମ ନ କରି କଂକ୍ରିଟ ରାସ୍ତା ତିଆରି କଲେ ସରପଞ୍ଚ, ଅସରାଏ ବର୍ଷା ହେଲେ ଘରେ ପଶୁଛି ନଳା ପାଣି

By Angul TV Bureau

June 17, 2022

ଅନୁଗୁଳ: ଝିପଝିପ ବର୍ଷାରେ ଘରେ ପଶିଛି ଡ୍ରେନ ପାଣି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ରାଇଝରଣ ପଞ୍ଚାୟତର ତେନ୍ତୁଳି ସାହିରେ। ଏଠାରେ ଗୁରୁବାର ସାମାନ୍ୟ ବର୍ଷା ହୋଇଥିବା ବେଳେ ଲୋକଙ୍କ ଘରେ ଡ୍ରେନ ପାଣି ପଶିଛି। ଫଳରେ ସ୍ଥାନୀୟ ଲୋକେ ପ୍ରବଳ ହନ୍ତସନ୍ତ ହୋଇଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ, ମାତ୍ର କିଛି ମାସ ତଳେ ହିଁ ଏଠାରେ କଂକ୍ରିଟ ରାସ୍ତା ତିଆରି କରାଯାଇଛି। ଏହି ରାସ୍ତା କାମ ବେଳେ ଗାଁ ଲୋକେ ପ୍ରଥମେ ଡ୍ରେନ କାମ କରାଇବାକୁ କହିଥିଲେ। ସେତବେଳେ ସରପଞ୍ଚ ଥିବା ସୁଜ୍ୟୋସ୍ନା ଦେହୁରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ରାସ୍ତା କାମ କରିଦେଇଥିଲେ। କିନ୍ତୁ ପରେ ଡ୍ରେନ କାମ କରାଇନଥିଲେ। ଫଳରେ ଅସରାଏ ବର୍ଷାରେ ଡ୍ରେନ ପାଣି ନିଷ୍କାସିତ ହୋଇ ନ ପାରି ଲୋକଙ୍କ ଘରେ ପଶୁଛି। ଫଳରେ ଲୋକେ ହଇରାଣ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।