ମୁଖ୍ୟ ଖବର

ଏଫ୍‌ସିଆଇ ଛକରୁ ରନ୍ତଲେଇ ପୁଣି ନୋ ଏଣ୍ଟ୍ରି ଯୋନ

By Biswaranjan Pattnaik

November 10, 2024

ଅନୁଗୁଳ: ଗତ କିଛି ମାସ ଧରି ଚାଲି ଆସିଥିବା ୫୫ ନମ୍ୱର୍‌ ଜାତୀୟ ରାଜପଥର ନୁଆହତା ଠାରୁ ରନ୍ତଲେଇ ‌ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ସରି ନଥିବାରୁ ଅନୁଗୁଳ ସହର ଭିତରେ ଟ୍ରାଫିକ ଜାମ ହେବା ସହ ଦୁର୍ଘଟଣା ମଧ୍ୟ ଘଟୁଛି।

ଏଣୁ ଜିଲ୍ଲାପାଳ ଅବ୍ଦାଲ୍‌ ଏମ ଅଖତାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପରିବହନ ବିଭାଗ ଏଫ୍‌ସିଆଇ ଛକ ଠାରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତାକୁ ସକାଳ ୭:୩୦ ମି ଠାରୁ ରାତି ୯ ଟା ପର୍ଯ୍ୟନ୍ତ ଦଶ ଚକିଆ ଓ ତା ଠାରୁ ଅଧିକ ଭାରି ଯାନ ପାଇଁ ନିଷେଧ କରାଯାଇଛି।

ଏହି ନୋ ଏଣ୍ଟ୍ରି ୮.୧୧.୨୪ ଠାରୁ ଏକ ମାସ ପାଇଁ ବଳବତ୍ତର ରଖାଗଲା ବୋଲି ପରିବହନ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି।