ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲା ମନ୍ତ୍ରୀପଦ ଶୂନ୍ୟ ହେଲା କାହିଁକି

By Biswaranjan Pattnaik

June 06, 2022

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନିଜ ମନ୍ତ୍ରୀମଣ୍ଡଳ ଅଦଳବଦଳ କଲେ। ତେର ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଲା।କିନ୍ତୁ ଅନୁଗୁଳ ଜିଲ୍ଲାବାସୀ ନିରାଶ ହେଲେ। ଏବେ ପ୍ରଶ୍ନ ଉଠିଚି ଅନୁଗୁଳକୁ ହାଇକମାଣ୍ଡ ଅବହେଳା କରୁଛନ୍ତି ନା ଆମ ବିଧାୟକଙ୍କ ଦକ୍ଷତା ନାହିଁ। ଏକଦା ଭୂତପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଅନୁଗୁଳକୁ ନିଜର କର୍ମଭୂମି କରିଥିଲେ। ରାଜସ୍ୱ, ଖଣି, ଶିଳ୍ପରେ ନମ୍ବର ଏକ ଥିବା ଅନୁଗୁଳ ଜିଲ୍ଲା ଏବେ କିନ୍ତୁ ରାଜନୈତିକ ଦୃଷ୍ଟି କୋଣରୁ ବେଶ ଅବହେଳିତ। ପ୍ରଥମ କଥା ହେଲା ନବୀନ ଶାସନରେ ବିଧାୟକ ମାନଙ୍କ ରିପୋର୍ଟ କାର୍ଡ ହାଇକମାଣ୍ଡ ନିୟମିତ ବ୍ୟବଧାନରେ ଦେଖିଥାନ୍ତି। ଏହି ରିପୋର୍ଟ କାର୍ଡ ପଠାଇବରେ ଜିଲ୍ଳା ମୁଖ୍ୟଙ୍କ ଠାରୁ ବିଭିନ୍ନ ଗୋଇନ୍ଦା ସଂସ୍ଥା ସହଯୋଗ ଦେଇଥାନ୍ତି। ଦଳୀୟ ସଂଗଠନ ମଧ୍ୟ ବିଧାୟକଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥାନ୍ତି। ସରକାରୀ କାର୍ଯ୍ୟକ୍ରମରେ ସମ୍ପୁକ୍ତି, ବିଧାୟକ ପାଣ୍ଠିର ସଦୁପଯୋଗ ବିଧାୟକଙ୍କ ଗୁରୁତ୍ୱ ବଢାଇଥାଏ। ମନ୍ତ୍ରୀ ପାଇଁ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା କମ୍ୟୁନିକେସନ ସ୍କିଲ ବା କହିବାର ଶୈଳୀ। ଅନୁଗୁଳ ମନ୍ତ୍ରୀ ଶୁନ୍ୟ ହେବା ପଛରେ ଏହି ସବୁ କାରଣ ମଧ୍ୟ ରହିଛି। ଜିଲ୍ଲାରୁ ରଜନୀକାନ୍ତ ସିଂହ ଏବଂ ସଂଜୀବ ସାହୁ କିଛି ଦିନ ପାଇଁ ମନ୍ତ୍ରୀ ପଦ ହାତେଇ ଥିଲେ ମଧ୍ୟ ତାହା ଦୀର୍ଘସ୍ଥାୟୀ ହୋଇପାରି ନଥିଲା। ସମୟ କହିବ କେବେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ।