ଅନୁଗୁଳ: ରାଜ୍ୟର ୧୦୦ ଗୋଟି ପିକନିକ ସ୍ପଟରେ ଲାଗିଚି କଟକଣା।ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ସଂଘ ଓ ୟୁଥ୍ ଫର୍ ୱାଟର ଏଞ୍ଜିଓ ପକ୍ଷରୁ ଏଥିନେଇ ବ୍ୟାପକ ଜନ ସଚେତନତା କରାଯିବ ବୋଲି ସଂଘ ଗତ ୨୧ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ଏହିସବୁ ସ୍ଥାନରେ ପଲିଥିନ କ୍ୟାରି ବ୍ୟାଗ୍ ଏବଂ ସିଙ୍ଗଲ ୟୂଜଡ ପ୍ଲାଷ୍ଟିକର କୌଣସି ଜିନିଷର ବ୍ୟବହାର ମନା। ଅନୁଗୁଳ ଜିଲ୍ଲାର ଚାରି ଗୋଟି ସ୍ଥାନକୁ ଏଥିପାଇଁ ଚୟନ କରାଯାଇଛି। ସେଗୁଡିକ ହେଲା ଆଠମଲ୍ଲିକର କେତକୀ ଝରନ ଓ ବେଲପୁଞ୍ଜି ମଠ,ତାଳଚେରର ବୁଲା ଝର, ଅନୁଗୁଳର ଡେର୍ଜଙ୍ଗ ଆଦି ରହିଛି। ଏହି ସବୁ ପିକନୀକ ସ୍ପଟର ଉନ୍ନତିକରଣ କରାଯିବା ସହ ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରାଯିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ପୂର୍ଦୂଷଣ ନିୟନ୍ତ୍ରଣ ସଂଘ ପ୍ରକାଶ କରିଛି।