ଅନୁଗୁଳ: ସ୍ବେଚ୍ଛାସେବୀ ଓ ଡାକ୍ତରଙ୍କ ମାନବିକତା। ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ କଲେ ଭର୍ତ୍ତି। ଅନୁଗୁଳ ଜିଲ୍ଲା କରଡ଼ାଗାଡିଆ ଆନନ୍ଦବଜାର ଅଞ୍ଚଳରେ କିଛି ମାସ ହେବ ଅସହାୟ ଅବସ୍ଥାରେ ରହୁଥିବା ବୃଦ୍ଧାଙ୍କୁ ଆଜି ଉଦ୍ଧାର କରିଛନ୍ତି ସ୍ଥାନୀୟ ଡାକ୍ତର ଶକ୍ତି ପ୍ରସାଦ ସାହୁ ଓ ସ୍ବେଚ୍ଛାସେବୀ ଅନୁପ ପଟ୍ଟନାୟକ।
ବୃଦ୍ଧା ଜଣକ ବଜାରରେ କେତେବେଳେ କାହା ପିଣ୍ଡାରେ ପଡ଼ି ରହୁଥିଲେ। କେହି ତାଙ୍କୁ ସହାୟତାର ହାତ ନ ବଢାଇନଥିଲେ। ବୃଦ୍ଧାଙ୍କ ବାବଦରେ ଡଃ. ଶକ୍ତି ପ୍ରସାଦ ସାହୁ, ସ୍ବେଚ୍ଛାସେବୀ ଅନୁପ ପଟ୍ଟନାୟକ ଜାଣିବା ପରେ ଶିରିଡି ସାଇ ଆତ୍ମ ଦର୍ଶନ ଚାରିଟେବୁଲ ଟ୍ରଷ୍ଟକୁ ଜଣାଇଥିଲେ। ଟ୍ରଷ୍ଟ ସଂଯୋଜକ ଅଜୟ ତ୍ରିପାଠୀଙ୍କ ଉଦ୍ୟମରେ ସ୍ବେଚ୍ଛାସେବୀ ଅନୁପ, ଜୁଲୁ ସାହୁ, ଶରତ ସାହୁ, ବୃଦ୍ଧାଙ୍କୁ ଉଦ୍ଧାର କରି ରାଜ କୁମାର ଅଗ୍ରୱାଲଙ୍କ ସହାୟତାରେ ବଳରାମ ପ୍ରସାଦ ବୃଦ୍ଧାଶ୍ରମକୁ ନେଇଛନ୍ତି।
ଏହି ବୃଦ୍ଧାଙ୍କୁ ମିଶାଇ ଟ୍ରଷ୍ଟ ମୋଟ ୯୭ ଜଣଙ୍କୁ ଉଦ୍ଧାର କରିସାରିଲାଣି ବୋଲି ସଭାପତି ବିଦ୍ୟାଧର ନାଏକ ସୂଚନା ଦେଇଛନ୍ତି।