କ୍ରୀଡ଼ା

ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

By Biswaranjan Pattnaik

November 02, 2025

ଅନୁଗୁଳ: ଅନୁଗୁଳ ଇଣ୍ଡୋର ହଲରେ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି।ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଅନୁଗୁଳ ଜିଲ୍ଲାପାଳ ଅଵବ୍ଦାଲ ଏମ ଅଖତାର, ଢେ଼ଙ୍କାନାଳ ଏସପି ଅଭିନବ ସୋନକାର, ଦେବଗଡ଼ ଏସପି ଅନିଲ କୁମାର ମିଶ୍ର, ଅନୁଗୁଳ ଏସପି ରାହୁଲ ଜୈନ ଏବଂ ନାଲକୋ ନିର୍ବାହୀ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ଜେନା ପ୍ରମୁଖ ଯୋଗ ଦେଇଥିଲେ।

ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସାଇବର ସୁରକ୍ଷା ଅଭିଯାନକୁ କିଭଳି ଲୋକାଭିମୁଖୀ କରାଯାଇପାରିବ ଏବଂ ଲୋକ ମାନେ ସଚେତନ ହେବେ ସେଥିନେଇ ଅନୁଗୁଳ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟ ଅତିଥି ଶ୍ରୀ ଭୋଇ ପ୍ରକାଶ କରିଥିଲେ। ଅନୁଗୁଳ, ଢେ଼ଙ୍କାନାଳ, ଦେବଗଡ଼ ଏବଂ ନାଲକୋ ସିଆଇଏସଏଫ ପକ୍ଷରୁ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଖେଳାଳୀ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି। ଏହି ସମାରୋହରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ମଞ୍ଚ ପରିଚାଳନା କରିଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।