ଘଟଣା ଓ ଦୁର୍ଘଟଣା

ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବାରୁ ନାବାଳକକୁ ନୋଟିସ୍ କଲା ବଅଁରପାଳ ପୋଲିସ

By Angul TV Bureau

December 14, 2022

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ପୋଲିସ ପ୍ୟାଟ୍ରୋଲିଂ କରୁଥିବା ସମୟରେ ଜଣେ ଲାଇସେନ୍ସ ନଥିବା ଟ୍ରକ ଚଳକଙ୍କୁ ନୋଟିସ୍ କରିବା ସହ ଟ୍ରକକୁ ଜବତ କରିଛି।

ସୂଚନା ମୁତାବକ, ବଅଁରପାଳ ପୋଲିସ ପକ୍ଷରୁ ଗତ କାଲି ରାତିରେ ପ୍ୟାଟ୍ରୋଲିଂ ଚାଲିଥିବା ବେଳେ ଏକ ଟ୍ରକ ଦ୍ରୁତ ଗତିରେ ତାଳଚେରରୁ ବଅଁରପାଳ ଅଞ୍ଚଳକୁ ଆସୁଥିବାର ଦେଖି ଅଟକାଇ ଥିଲେ। ଟ୍ରକ୍ ଡ୍ରାଇଭର ଶୋଇ ପଡିଥିବାରୁ ଟ୍ରକକୁ ହେଲପର ଚଳାଉଥିଲା। ପୋଲିସ ଅଟକାଇବା ପରେ ଜାଣିବାକୁ ପାଇଲା ଯେ ଟ୍ରକ୍ ଚଳାଉ ଥିବା ହେଲପରଙ୍କ ବୟସ ୧୭ ବର୍ଷ। ଏଣୁ ସେ ଟ୍ରକକୁ ଜବତ କରିବା ପରେ ନାବାଳକକୁ ନୋଟିସ ଦେଇ ଟ୍ରକ୍ ମାଲିକଙ୍କୁ ଟ୍ରକ ହସ୍ତାନ୍ତର କରିଥିବା ଜଣାଯାଇଛି।