ମୁଖ୍ୟ ଖବର

ପୂଜା ପୂର୍ବରୁ ଅନୁଗୁଳରେ ପୋଷ୍ଟର ଚିରା ଓ ଗଣ୍ଡଗୋଳ: ଶାନ୍ତିଶୃଙ୍ଖଳା ପାଇଁ ୨୫ ଜଣଙ୍କୁ ନୋଟିସ୍

By Angul TV Bureau

August 30, 2025

ଅନୁଗୁଳ: ପୂଜା ଋତୁ ସହ ଅନୁଗୁଳରେ ଅପରାଧ ମଧ୍ୟ ଆରମ୍ଭ ହୋଇଛି। ଭସାଣି ଆଗରୁ ସହର ମଧ୍ୟରେ ଅଶାନ୍ତି ବାତାବରଣ ସୃଷ୍ଟି ହୋଇଛି। ପୋଷ୍ଟର ଚିରା ଏବଂ ଗଣ୍ଡଗୋଳକୁ ନେଇ ଥାନାରେ ମାମଲା ବି ହୋଇଥିବା ଜଣାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହର ମଧ୍ୟରେ ଥିବା ବିଭିନ୍ନ ପୂଜା କମିଟିର ୨୫ଜଣଙ୍କୁ ‘୧୦୭’ ଧାରାରେ ନୋଟିସ ହୋଇଛି।

ପୂଜାରୁ ଭସାଣି ପର୍ଯ୍ୟନ୍ତ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା କୌଣସି ଗଣ୍ଡଗୋଳ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଏମାନଙ୍କୁ ନୋଟିସ ହୋଇଛି। ଆଜି ଦିନ ସାଢ଼େ ୧୦ଟା ସୁଦ୍ଧା ୫ ହଜାର ଟଙ୍କାର ବଣ୍ଡ ଦାଖଲ ସହ  ଆଗାମୀ ୬ମାସ ପାଇଁ କୌଣସି ଗଣ୍ଡଗୋଳ ନକରିବା ପାଇଁ ନୋଟିସ ଜାରି କରିଥିବା ଜଣାପଡ଼ିଛି। ପୋଲିସ ପ୍ରଶାସନର ଏତାଦୃଶ୍ୟ ଆକ୍ସନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ଜଣାଯାଇଛି।