ମୁଖ୍ୟ ଖବର

ବିଶ୍ଵ ଡାଇବେଟିସ ଦିବସ: ରୋଗୀ ଆଶାତୀତ ଭାବେ ବଢ଼ୁଛନ୍ତି

By Biswaranjan Pattnaik

November 14, 2025

ଅନୁଗୁଳ: ପୂର୍ବରୁ ଏକ ରିପୋର୍ଟରେ କୁହା ଯାଉଥିଲା ଭାରତ ବର୍ଷରେ ବୟସ୍କଙ୍କ ମଧ୍ୟରେ  ୧୧ ପ୍ରତିଶତରୁ ୧୫ ଶତ ରୋଗୀ ଡାଇବେଟିସ ବା ମଧୁମେହ ରୋଗର ଶିକାର ହୋଇଛନ୍ତି। କିନ୍ତୁ ନିକଟରେ ଏକ ଅନ୍ ଲାଇନ ହେଲଥ କେୟାର କମ୍ପାନୀ ପ୍ରାୟ ୪ ନିୟୁତ ରୋଗୀଙ୍କ ରିପୋର୍ଟକୁ ଆଧାର ପ୍ରକାଶ କରିଛି ଏବେ ଦେଶରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବଢ଼ି ଚାଲିଛି। ଏହି ଡାଇବେଟିସ ରୋଗୀଙ୍କ ମଧ୍ୟରୁ ଅନେକ ଲିଭର, ହାର୍ଟ ଏବଂ ଥାଇରୟେଡ ରୋଗରେ ପୀଡିତ ଅଛନ୍ତି। ଅନ୍ ଲାଇନ୍ କମ୍ପାନୀ ଫାର୍ମଇଜି ଅନୁସାରେ ୩୦ ବର୍ଷ ବା ତଦୁର୍ଦ୍ଧ୍ବ ବ୍ୟକ୍ତିଙ୍କ ଠାରେ ଡାଇବେଟିସ ଅଧିକ ଦେଖିବାକୁ ମିଳୁଛି। ଉଚିତ୍ ଜୀବନ ଶୈଳୀ,ବ୍ୟାୟାମ ଓ ଔଷଧ ସେବନ ଦ୍ଵାରା ଡାଇବେଟିସକୁ ନିୟନ୍ତ୍ରଣ ମଧ୍ୟ କରାଯାଇପାରୁଛି। ଡାଇବେଟିସ ସମ୍ପ୍ରତି ସମାଜରେ ଏଭଳି ବଢ଼ି ଚାଲିଛି ଯାହା କି ସାମାଜିକ ସ୍ଥିତି ସହ ପାରିବାରିକ ସ୍ଥିତିକୁ ମଧ୍ୟ ବିଗାଡି ଦେଉଛି।

ଅନୁଗୁଳରେ ମଧ୍ୟ ମଧୁମେହ ରୋଗୀଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏନସିଡି ସେଲ ପକ୍ଷରୁ ଏଥିନେଇ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ଔଷଧ ପରାମର୍ଶ ଦିଆ ଯାଉଛି। ଜନ ଔଷଧି କେନ୍ଦ୍ର ମାନଙ୍କରେ ଅତି କମ ଦାମରେ ଡାଇବେଟିସ ଔଷଧ ମିଳୁଥିବାରୁ ବହୁ ରୋଗୀ ଉପକୃତ ହେଉଛନ୍ତି।