ମୁଖ୍ୟ ଖବର

ଏଣିକି ‘ଏକ୍ସ’ରେ କରିପାରିବେ ଅଡିଓ ଓ ଭିଡିଓ କଲ୍: ଆଣ୍ଡ୍ରଏଡ୍ ଫୋନ୍ ୟୁଜର ବି ଉଠାଇ ପାରିବେ ଫାଇଦା

By Angul TV Bureau

October 27, 2023

ନୂଆଦିଲ୍ଲୀ: ଏଣିକି ଏକ୍ସ ବା ଟ୍ୱିଟରରେ କରିପାରିବେ ଅଡିଓ ଓ ଭିଡିଓ କଲ୍। ସୋସିଆଲ ମିଡିଆ ଏକ୍ସରେ ଅଡିଓ ଓ ଭିଡିଓ କଲ୍ ସୁବିଧା ଆରମ୍ଭ କରାଯାଇଛି। ଏବେ କେବଳ ଆଇଓଏସ୍ ଅପରେଟିଂ ସିଷ୍ଟମ୍ ଥିବା ଡିଭାଇସରେ ଏହି ସୁବିଧା ଉପଲବ୍ଧ ହୋଇଛି। ଖୁବଶୀଘ୍ର ଆଣ୍ଡ୍ରଏଡ୍ ଫୋନ୍ ୟୁଜର ଏହି ସୁବିଧାର ଲାଭ ଉଠାଇ ପାରିବେ।

ଏକ୍ସର ନୂଆ ମାଲିକ ଏଲନ୍ ମସ୍କ ସେୟାର କରିଥିବା ଏକ ସ୍କ୍ରିନ୍ ସଟରୁ କଲିଂ ସୁବିଧା ଆରମ୍ଭ କରାଯାଇଥିବା ଜଣାପଡ଼ିଛି। ଏକ୍ସରେ କଲ୍ କରିବା ସୁବିଧା ଶୀଘ୍ର ଉପଲବ୍ଧ କରାଯିବ ବୋଲି ଗତ ଅଗଷ୍ଟରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏଥିରେ ଲୋକମାନେ ନିଜ ଫୋନ୍ ନମ୍ବର ନ ଜଣାଇ ଅଡିଓ ଓ ଭିଡିଓ କଲ୍ କରିପାରିବେ। ଫଳରେ ଆଉ ଫୋନ ନମ୍ବର ବାହାର ଲୋକ ଜାଣିବା ଚିନ୍ତା ରହିବ ନାହିଁ।