ମୁଖ୍ୟ ଖବର

ବିଦେଶରୁ ଅଜସ୍ର ପ୍ରଶଂସା ସାଉଁଟି ଫେରିଲା ନୃତ୍ୟନିଳୟ

By Biswaranjan Pattnaik

June 25, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ତଥା ଜିଲ୍ଲା ବାହାରେ ପ୍ରାୟ ତିରିଶ ବର୍ଷ ଧରି ପାଞ୍ଚ ଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଦାନ ଦେଇଥିବା ନୃତ୍ୟନୀଳୟ ଏବେ ବିଦେଶରେ ଅଜସ୍ର ପ୍ରଶଂସା ସାଉଁଟିଛନ୍ତି। ଗତ ଜୁନ ୨୦ ରୁ ୨୨ ତିନି ଦିନ ଧରି ଅଷ୍ଟ୍ରିଆର ରାଜଧାନୀ ଭିଏନାର ଭାରତ ଦୂତାବାସ ସଭା କକ୍ଷରେ ଏହି ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଗୁରୁ ସ୍ବପ୍ନାରାଣୀ ସିହ୍ନା ଏବଂ ତାଙ୍କ ଦଳ ଅଗ୍ନିସ୍ତୁୁତି, ଦଶ ମହାବିଦ୍ୟା ସମେତ ବିଭିନ୍ନ ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସ୍ଵାଧୀନତାର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଅବସରରେ ଆଇସିଶିଆର,ଭାରତ ସରକାରଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।